Categories: ଜାତୀୟ

ଛୁଆ ଧରି ଫେରୁଥିବା ମହିଳାଙ୍କୁ ହତ୍ୟା, ସିସିଟିଭିରେ କଏଦ ହେଲା ପୂରା ଘଟଣା

ନୂଆଦିଲ୍ଲୀ,୨୮।୨ : ଜାତୀୟ ରାଜଧାନୀର ଉତ୍ତର-ପଶ୍ଚିମ ଦିଲ୍ଲୀରେ ଛୁଆକୁ ଧରି ଫେରୁଥିବା ଜଣେ ୨୫ ବର୍ଷୀୟା ମହିଳାଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆଦର୍ଶ ନଗର ଅଞ୍ଚଳରେ ଘଟିଥିବା ଏହି ଘଟଣା କଏଦ ହୋଇଛି ନିକଟସ୍ଥ ଘରେ ଲାଗିଥିବା ସିସିଟିଭିରେ। ଗତ ଦୁଇ ଦିନରେ ଦ୍ୱିତୀୟ ଥର ପାଇଁ ଏଭଳି ଘଟଣା ଏହି ଅଞ୍ଚଳରୁ ସାମ୍ନାକୁ ଆସିଛି। ହତ୍ୟା ମାମଲାରେ ମହମ୍ମଦ ଆକିବୁଲ ଓ ଶେଖ ଫର୍ଦିନଙ୍କୁ ଗିରଫ କରିଛି ପୋଲିସ।

ମୃତ ମହିଳାଙ୍କ ନାମ ସିମରନ କୌର। ସେ ଶନିବାର ରାତିରେ ମାର୍କେଟରୁ ଘରକୁ ଫେରୁଥିବାବେଳେ ଜଣେ ଲୁଟେରା ତାଙ୍କ ଚେନ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲା। ସିମରନ ଏହାର ପ୍ରତିରୋଦ୍ଧ କରିବାରୁ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ଖସି ପଳାଇଥିଲା ଲୁଟେରା ଜଣକ। କାନାଡାରୁ ଫେରିଥିବା ବଡ଼ ଭଉଣୀ ପୂଜାଙ୍କୁ ଦେଖା କରିବା ପାଇଁ ଗତ ସପ୍ତାହରେ ଜାତୀୟ ରାଜଧାନୀକୁ ଆସିଥିଲେ ସିମରନ।

Share