Categories: ଜାତୀୟ

ଲାଉଡ୍‌ସ୍ପିକର ଉପରେ ଜାତୀୟ ନୀତି ଆଣୁ କେନ୍ଦ୍ର

ମୁମ୍ବାଇ, ୨୧ା୪: ଲାଉଡ୍‌ସ୍ପିକର ବ୍ୟବହାର ଉପରେ କେନ୍ଦ୍ର ସରକାର ଏକ ଜାତୀୟ ନୀତି ଆଣି ତାହାକୁ ପ୍ରଥମେ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଲାଗୁ କରନ୍ତୁ ବୋଲି ଶିବସେନା ଏମ୍‌ପି ସଞ୍ଜୟ ରାଉତ ବୁଧବାର ଦାବି କରିଛନ୍ତି। ମହାରାଷ୍ଟ୍ରର ମସ୍‌ଜିଦ୍‌ଗୁଡ଼ିକରୁ ଲାଉଡସ୍ପିକର ହଟାଇବା ପାଇଁ ନିକଟରେ ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକ୍‌ରେ ଦାବି କରିବା ପରଠାରୁ ଏହି ପ୍ରସଙ୍ଗ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହା ଉପରେ ପ୍ରତିକ୍ରିୟା ରଖି ରାଉତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଉଡସ୍ପିକର ଉପରେ ଜାତୀୟ ନୀତି ଆଣି ପ୍ରଥମେ ବିହାର, ଦିଲ୍ଲୀ, ଗୁଜରାଟ ଭଳି ରାଜ୍ୟରେ ଲାଗୁ କରନ୍ତୁ। ପରେ ମହାରାଷ୍ଟ୍ର ସରକାର ଆପେ ଏହି ନିୟମକୁ ରାଜ୍ୟରେ ପ୍ରଚଳନ କରିବ। ଲାଉଡସ୍ପିକରକୁ ଭାଜପା ଏକ ବିବାଦରେ ପରିଣତ କରିଥିବାରୁ ଏଭଳି ନୀତିର ଆବଶ୍ୟକତା ରହିଛି ବୋଲି ରାଉତ କହିଛନ୍ତି।

Share