Categories: ଜାତୀୟ

ଅତିକ୍‌, ଅଶ୍ରଫ୍‌ ହତ୍ୟା ପଛରେ ସ୍କ୍ରିପ୍ଟ ଲେଖା ହୋଇଛି: ତେଜସ୍ବୀ

ନୂଆଦିଲ୍ଲୀ/ପାଟନା,୧୭।୪: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ୍‌ ଅହମଦ ଏବଂ ଭାଇ ଅଶ୍ରଫ୍‌ଙ୍କୁ ପୋଲିସ ମେଡିକାଲ ଯାଞ୍ଚ ପାଇଁ ନେଉଥିବା ବେଳେ ହୋଇଥିବା ହତ୍ୟା ଘଟଣାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର ନିନ୍ଦା କରିଛନ୍ତି। ଏପରିକି ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ବିଫଳ ବୋଲି ୨ ନେତା ଅଭିଯୋଗ କରିଛନ୍ତି।

ନୀତୀଶ କହିଛନ୍ତି, ଅପରାଧ ଦୂରକରିବା ଅର୍ଥ ଅପରାଧୀଙ୍କୁ ହତ୍ୟା କରିବା ନୁହେଁ। ନ୍ୟାୟ ପ୍ରଦାନ ପାଇଁ କୋର୍ଟ ରହିଛି। ପୋଲିସ ସୁରକ୍ଷା ପ୍ରତି ଧ୍ୟାନଦେବା ଉଚିତ। ମେଡିକାଲ ଯାଞ୍ଚ ପାଇଁ ନିଆଯାଉଥିବା ବେଳେ ୨ ଭାଇଙ୍କୁ ପୋଲିସ ଉପସ୍ଥିତିରେ ଗୁଳିକରି ହତ୍ୟା କରାଯିବା ଘଟଣା ଦୁଃଖର ବିଷୟ ବୋଲି ସେ କହିଛନ୍ତି।

ଏପରିକି ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏହି ଘଟଣାକୁ ନିନ୍ଦା କରିବା ସହ ଗ୍ୟାଙ୍ଗ୍‌ଷ୍ଟର ଏବଂ ତାଙ୍କ ଭାଇଙ୍କ ହତ୍ୟା ପଛରେ ଏକ ସ୍କ୍ରିପ୍ଟ ଲେଖାହୋଇଥିବା ସେ କହିଛନ୍ତି।

Share