ନୂଆଦିଲ୍ଲୀ,୧୧।୪: ଆମ ଆଦମୀ ପାର୍ଟି (ଏଏପି)କୁ ଜାତୀୟ ଦଳର ମାନ୍ୟତା ମିଳିବା ପରେ ମଙ୍ଗଳବାର ଏଏପି କାର୍ଯ୍ୟାଳୟରେ ଏକ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଯୋଗ ଦେବା ସହ ମଧ୍ୟାହ୍ନ ୧୨ଟା ସମୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ନିର୍ବାଚନ କମିଶନ ସୋମବାର ଆମ ଆଦମୀ ପାର୍ଟି (ଏଏପି)କୁ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି। କେଜ୍ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ଅଛି। ବର୍ତ୍ତମାନ ଏହି ଅବସରରେ କେଜ୍ରିଓ୍ବାଲ ପାର୍ଟି ଅଫିସକୁ ଯାଇ ଦେଶକୁ ସମ୍ବୋଧିତ କରିବେ।