ଜାନୁୟାରୀ ୮ରେ ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’

ଭୁବନେଶ୍ୱର,୭ା୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକର ନୂଆ ସିନେମା ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ରିଲିଜ ପୂର୍ବରୁ ଉକ୍ତ ଚଳଚ୍ଚିତ୍ରର ପୋଷ୍ଟର କରାଯାଇଛି। ଏପରିକି ଜାନୁୟାରୀ ୮ ସା ୬ଟା ୩୦ମିନିଟରେ ଉକ୍ତ ଚଳଚ୍ଚିତ୍ରର ପ୍ରିମିୟର ଜୀ-ସାର୍ଥକରେ ହେବାକୁ ଯାଉଛି। ବିଶେଷକରି ପୃଥିବୀ ବାହାରେ ଅନ୍ୟ କେଉଁ ଗ୍ରହରେ ଜୀବନ ଅଛି, ଅନ୍ୟ ଗ୍ରହରୁ ଏଲିଏନ୍‌ କ’ଣ ପୃଥିବୀକୁ ଆସନ୍ତି। ଉଡ଼ନ୍ତା ଥାଳିଆ ପରି କିଛି ଯାନ ଅଛି କି, ଏପରି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରୁଥିବା ବେଳେ ଏପରି ଏକ ବିଜ୍ଞାନଭିତ୍ତିକ କାହାଣୀ ଉପରେ ଆଧାରିତ ଏକ ନୂଆ ଚଳଚ୍ଚିତ୍ର ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ପ୍ରସାରଣ ଜୀ-ସାର୍ଥକରେ ହେବ। ଉକ୍ତ ଚଳଚ୍ଚିତ୍ରରେ ଗୋଟିଏ ଆକାଶ ଯାନ ପୃଥିବୀ ମୁହଁା ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ଏପରିକି ଉକ୍ତ ଦୁର୍ଘଟଣାରେ ଗୋଟିଏ ଏଲିଏନ୍‌ ସୌଭାଗ୍ୟବଶତଃ ବଞ୍ଚତ୍ୟାଇଛି ଏବଂ ଘଟଣାକ୍ରମେ ସେ ଏକ ଝିଅର ରୂପ ନେଇ ପୃଥିବୀରେ ରହୁଛୁ। ପୃଥିବୀରେ ରହିବା ସମୟରେ ସେ ଅନେକ କିଛି ଘଟଣାର ସମ୍ମୁଖୀନ ହେବା ସହ ତା’ ଜୀବନରେ ଅନେକ କିଛି ଘଟଣା ମଧ୍ୟ ଘଟୁଛି, ଯାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଅଗ୍ରସର ହେଉଛି। ଅପରପକ୍ଷରେ କାତ୍ୟାୟନୀ ଶୁକ୍ଳାଙ୍କ ପରିକଳ୍ପନା ତଥା ସଞ୍ଜୟ ନାୟକଙ୍କ ରଚନା ଓ ନିର୍ଦ୍ଦେଶନାରେ ନିର୍ମିତ ଉକ୍ତ ଚଳଚ୍ଚିତ୍ରରେ ଅଭିଜିତ ଦାସ ମୁଖ୍ୟ ଚରିତ୍ର ବାଦଲ ଭୂମିକାରେ ଅଭିନୟ କରିଥିବା ବେଳେ ମୁଖ୍ୟ ଚରିତ୍ର ପରି ଓ ଏଲିଏନ୍‌ ଭୂମିକାରେ କୁକିଜ୍‌ ସ୍ବାଇଁ ଅଭିନୟ କରିଥିବା ଜଣାପଡ଼ିଛି। ଉକ୍ତ ଚଳଚ୍ଚିତ୍ରର ଗୀତଗୁଡ଼ିକୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ସଙ୍ଗୀତରେ ସଜେଇଥିବାବେଳେ ଡ. ଶୁଭ ଦାସ, ଅରୁଣ ମନ୍ତ୍ରୀ, ନିହାର ପ୍ରିୟଦର୍ଶୀ ଗୀତ ରଚନା କରିଛନ୍ତି। ସେହିଭଳି ହ୍ୟୁମାନ ସାଗର, ଦେବାନ୍ସି ଓ ଅନ୍ତରା ଚକ୍ରବର୍ତ୍ତୀ ଉକ୍ତ ସିନେମାରେ କଣ୍ଠଦାନ କରିଛନ୍ତି। ଉକ୍ତ ଚଳଚ୍ଚିତ୍ରର ନିର୍ମାଣରେ ଭଗତ ସିଂହ କ୍ୟାମେରାରେ ସହାୟତା କରିଥିବା ବେଳେ ରଞ୍ଜନ ଖଟେଇ ସମ୍ପାଦନା କରିଛନ୍ତି। ବିଜ୍ଞାନର କୌତୂହଳତା ଓ ଭରପୂର ମନୋରଞ୍ଜନର ସମ୍ମିଶ୍ରଣରେ ଉକ୍ତ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ଜ଼ୀ ସାର୍ଥକ ଚ୍ୟାନେଲ ହେଡ୍‌ ପ୍ରତୀକ ସିଲ୍‌ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI New Rule: ମୋବାଇଲ ନମ୍ବର ବନ୍ଦ ଥିଲେ ମିଳିବ ନାହିଁ UPI ସେବା, ବଦଳୁଛି ନିୟମ

ନୂଆଦିଲ୍ଲୀ,୩୧।୩: UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି।...

ଇସ୍ପାତ ଶିଳ୍ପରେ ଓଡ଼ିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରୁଛି

ଓଡ଼ିଶା ଆଇରନ୍‌ ଓ ଷ୍ଟିଲ୍‌ ଶିଳ୍ପରେ ସ୍କାନ୍‌ ଗ୍ରୁପ୍‌ ବେଶ୍‌ ଜଣାଶୁଣା। ଏହାର ଫ୍ଲାଗଶିପ୍‌ କମ୍ପାନୀ ସ୍କାନ ଷ୍ଟିଲ୍‌ ଲିମିଟେଡ୍‌ ରାଜଗାଙ୍ଗପୁରରେ ଅବସ୍ଥିତ ଏହାର ଇଣ୍ଟିଗ୍ରେଟେଡ୍‌...

ଉଦ୍ୟୋଗୀମାନେ ନୈତିକତା ବଜାୟ ରଖିବା ଜରୁରୀ

ଅତ୍ୟାଧୁନିକ ପ୍ରଣାଳୀରେ କାଜୁ ପ୍ରକ୍ରିୟାକରଣ କରି ବଜାରରେ ଉପଲବ୍ଧ କରାଇବାରେ ବିନାୟକ କ୍ୟାସ୍ୟୁଜ୍‌ ବେଶ୍‌ ପରିଚିତ। ଓଡ଼ିଶା କାଜୁକୁ ସାରା ଭାରତରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଢେଙ୍କାନାଳସ୍ଥିତ...

ମୁକେଶ ଅମ୍ବାନୀଙ୍କ ଉପହାର: Jioର ଏହି ପ୍ଲାନରେ ମିଳିବ ୯୧୨.୫ ଜିବି ଡାଟା ମାଗଣା… 

ନୂଆଦିଲ୍ଲୀ,୩୦।୩: ଯେତେବେଳେ ରିଚାର୍ଜ ପ୍ଲାନ ବିଷୟରେ କଥା ଆସେ, ପ୍ରାୟତଃ ଏହାର ବୈଧତା ଏବଂ ଡାଟା ଉପରେ ଧ୍ୟାନ ଦିଆଯାଏ। ଯେଉଁ ଯୋଜନାରେ ଏହି ଦୁଇଟି...

ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷରୁ ଅଛି କମ୍‌ ଟଙ୍କା, ଚେତାବନୀ ଦେଇ ଅର୍ଥ ବିଶେଷଜ୍ଞ କହିଲେ…

ନୂଆଦିଲ୍ଲୀ,୩୦ା୩: ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷ ଟଙ୍କାରୁ କମ୍‌ ରହିଛି। ଏନେଇ ଅର୍ଥ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଭାରତର ପରବର୍ତ୍ତୀ ସଙ୍କଟ...

ଭାଙ୍ଗିବ ସବୁ ରେକର୍ଡ; ଶୀଘ୍ର ୯୬,୦୦୦ ଟଙ୍କା ଛୁଇଁବ ସୁନା

ନୂଆଦିଲ୍ଲୀ,୩୦।୩: ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି ସୁନା ମୂଲ୍ୟ। ଏପରି ପରିସ୍ଥିତିରେ ଭାରତୀୟ ଗ୍ରାହକ ଏବଂ ନିବେଶକଙ୍କ ଚିନ୍ତା ବଢ଼ିଛି। ICICI ବ୍ୟାଙ୍କ ଗ୍ଲୋବାଲ ମାର୍କେଟସର...

ବିକ୍ରି ହୋଇଗଲା X, ମସ୍କଙ୍କ ଠାରୁ 28,23,43,71,00,00ଟଙ୍କାରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୩୦।୩: ଏଲନ ମସ୍କ ତାଙ୍କ ନିଷ୍ପତ୍ତିରେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦିଅନ୍ତି, ଏହା ତାଙ୍କର ପୁରୁଣା ଅଭ୍ୟାସ। ଏଥର ମଧ୍ୟ ସେ ଏପରି ଏକ ନିଷ୍ପତ୍ତି...

ପ୍ରଥମ ବ୍ୟବସାୟରେ ବିଫଳତା ହତୋତ୍ସାହିତ କରିପାରି ନ ଥିଲା

୧୯୬୭ରେ ଜନ୍ମ ହୋଇଥିଲେ ଭୁବନେଶ୍ୱରରେ ଗୀତାଞ୍ଜଳି ଆଓ୍ବାର୍ଡସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କ୍ରିଷ୍ଣମୋହନ ଟାଟା। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ସରିବା ପରେ ପରିବାର ଲୋକେ ଚାହଁୁଥିଲେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image