Categories: ବାଣିଜ୍ୟ

ମାର୍ଚ୍ଚ ୩ରେ ଚୌରାସିଆ ପରିବାରର ମିଳନ ସମାରୋହ

ଭୁବନେଶ୍ୱର,୨୧।୧୦ (ଅୟଭ ଦାଶ): ପ୍ରତି ବର୍ଷ ଭଳି ଚୌରାସିଆ ସମାଜ କାନପୁର ପକ୍ଷରୁ ୨୦୨୪ ମାର୍ଚ୍ଚ ୩ରେ କାନପୁରସ୍ଥିତ ମୋତିଝିଲିର ଲଜ୍‌ପତ ଭବନଠାରେ ୨୩ତମ ଚୌରାସିଆ ପରିବାରର ମିଳନ ସମାରୋହ ଉତ୍ସବର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ୬୦ରୁ ଅଧିକ ସାମୂହିକ ବିବାହ ଉତ୍ସବର ଆୟୋଜନ କରାଯାଉଛି। ଏ ସମ୍ପର୍କରେ ଚୌରାସିଆ ସମାଜର ଆୟୋଜନ ସମିତିର ଅଧ୍ୟକ୍ଷ କମଲ କିଶୋର ଚୌରାସିଆ କହିଛନ୍ତି, ଏଥିରେ ଭାରତ ତଥା ବିଦେଶରୁ ୧୫ହଜାରରୁ ଅଧିକ ଲୋକ ଯୋଗଦେବେ। ଉକ୍ତ କାର୍ଯ୍ୟକ୍ରମରେ ମେଧାବୀ ଛାତ୍ର, ସାମାଜିକ କର୍ମୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ। ବିଶେଷକରି ସମାଜରେ ଯୌତୁକ ପ୍ରଥାକୁ ଶେଷ କରିବା ପାଇଁ ପ୍ରତିବର୍ଷ ଚୌରାସିଆ ସମାଜ ଉଦ୍ୟମ କରୁଛି। ଏପରିକି କେ.ପି. ଗ୍ରୁପ୍‌ ସମୂହର ବିଶେଷ ସହଯୋଗରେ ସମାଜ ଯୌତୁକ ବିନା ଅନେକ ସାମୂହିକ ବିବାହର ଆୟୋଜନ କରି ଆସୁଛି। ସେହିପରିି ବିବାହ କରିବାକୁ ଇଚ୍ଛା କରୁଥିବା ଚୌରାସିଆ ସମାଜର ଭାଇମାନେ ୨୦୨୩ ଡିସେମ୍ବର ୧୫ ରୁ ୨୦୨୪ ଫେବୃୟାରୀ ୧୫ ପର୍ଯ୍ୟନ୍ତ ପଞ୍ଜୀକରଣ ପାଇଁ କୈଳାସ ନାରାୟଣ ଚୌରାସିଆ, ପାନ ଦାରିବା ଲାଟୁଶରୋଡ୍‌ କାନପୁର (ମୋ ୯୩୩୬୮୪୩୦୮୫)ଙ୍କ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚୌରାସିଆ ସମାଜର ସଭାପତି କମଲ କିଶୋର ଚୌରାସିଆ, କୋଷାଧ୍ୟକ୍ଷ କୈଳାସ ଚୌରାସିଆ, ସଂଯୋଜକ ଅମିତ କୁମାର ଚୌରାସିଆ, ବିବାହ ସଂଯୋଜକ ରାମ ଖିଲାଭାନ ଚୌରାସିଆଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଅଖିଳ ଭାରତୀୟ ଚୌରାସିଆ ମହାସଭାର ପୂର୍ବତନ ସଭାପତି ଆନନ୍ଦ କୁମାର ଚୌରାସିଆ କହିଥିଲେ, ଏଭଳି ଏକ ବିଶେଷ ସୁଯୋଗକୁ ସମାଜର ସବୁ ବର୍ଗର ଆଶାୟୀ ଭାଇମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରିଥିଲାବେଳେ ସମାଜ ସମସ୍ତ ବୁଦ୍ଧିଜୀବୀଙ୍କୁ ଆହ୍ବାନ କରି କହିଛନ୍ତି , ଏହି ସୁଯୋଗକୁ ଉପଯୋଗ କରାଯିବା ଉଚିତ ଏବଂ ସମାଜର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୂତନ ପଦକ୍ଷେପ ଉପରେ ଆଲୋଚନା କରାଯିବା ଆବଶ୍ୟକ ରହିଛି।
ସୂଚନା ଥାଉ କି, ଅଖିଳ ଭାରତୀୟ ଚୌରାସିଆ ସମାଜ କାନ୍‌ପୁର (ରେଜି) ସହିତ ଜଡିତ ଚୌରାସିଆ ସମାଜ କାନପୁର ଦ୍ୱାରା ଆୟୋଜିତ ହେବାକୁ ୨୩ ତମ ଚୌରାସିଆ ପରିବାର ମିଳନ ସମାରୋହ ୨୦୨୪ ମାର୍ଚ୍ଚ ୩ରେ କାନପୁରସ୍ଥିତ ମୋତିଝିଲିର ଲଜ୍‌ପତ ଭବନଠାରେ ପାଳନ କରାଯିବ।

Share