Categories: ଜାତୀୟ

ସୋମବାର ୯.୭୫ କୋଟି ଚାଷୀଙ୍କ ଖାତାକୁ ପଠାଯିବ ୧୯,୫୦୦ କୋଟି …

ନୂଆଦିଲ୍ଲୀ,୮।୮: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୯.୭୫ କୋଟି ଚାଷୀଙ୍କୁ ୧୯,୫୦୦କୋଟି ଟଙ୍କା ବାଣ୍ଟିବେ। ଏହି ଯୋଜନା ଅନ୍ତର୍ଗତ ପ୍ରତି ଚାଷୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ୨ ହଜାର ଟଙ୍କା ପଠାଯିବ। ଅଗଷ୍ଟ ୯ରେ ଚାଷୀଙ୍କ ଖାତାକୁ ଯୋଜନାର ନବମ କିସ୍ତି ଟଙ୍କା ପଠାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ସହିତ ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ଆଲୋଚନା କରିବେ। ଏହି ଯୋଜନାର ଅଷ୍ଟମ କିସ୍ତିରେ ମେ’ ୧୪ରେ ଟଙ୍କା ପଠାଯାଇଥିଲା। ଯୋଜନା ଅନୁସାରେ ପ୍ରତିବର୍ଷ ଚାଷୀଙ୍କ ସଞ୍ଚୟ ଖାତାକୁ ୩ଟି କିସ୍ତିରେ ମୋଟ ୬ ହଜାର ଟଙ୍କା ପଠାଯାଉଛି। ୨୦୨୦ରେ ବର୍ଷର ଶେଷ କିସ୍ତି ଡିସେମ୍ବର ୨୫ ବଡ଼ଦିନ ଅବସରରେ ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୧.୩୮ ଲକ୍ଷ କୋଟିରୁ ଅଧିକ ଟଙ୍କା ବଣ୍ଟା ଯାଇଛି।

Share