Categories: ଖେଳ

ମାତୃଦିବସରେ ଏହି କ୍ରିକେଟରମାନେ ମା’ଙ୍କ ପାଇଁ ଲେଖିଲେ ଏମିତି ବାର୍ତ୍ତା

ଆଜି ଅର୍ଥାତ୍‌ ମେ’ ୧୪ରେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି ମାତୃଦିବସ। ଏହି ବିଶେଷ ଉତ୍ସବରେ ଅଭିନେତାଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ଏକ ସ୍ବତନ୍ତ୍ର ପୋଷ୍ଟ ଶେୟାର କରି ନିଜ ନିଜ ମା’ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କ ଠାରୁ ଶିଖର ଧାଓ୍ବନଙ୍କ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟର ତଥା ଅନେକ ଖେଳାଳି ନିଜ ମା’ଙ୍କୁ ଏକ ବିଶେଷ ବାର୍ତ୍ତା ଉତ୍ସର୍ଗ କରିଛନ୍ତି।

ସୋସିଆଲ ମିଡିଆରେ ଯେଉଁ ଫଟୋଗୁଡ଼ିକ ଶେୟାର ହୋଇଛି ସେଥିରୁ ବିରାଟ କୋହଲିଙ୍କ ଫଟୋକୁ ଦର୍ଶକେ ଅଧିକ ପସନ୍ଦ କରିଛନ୍ତି। କାରଣ ସେ ତାଙ୍କ ଶାଶୁ ଅର୍ଥାତ୍‌ ଅନୁଷ୍କା ଶର୍ମାଙ୍କ ମା’ ଏବଂ ନିଜ ମା’ ସରୋଜାଙ୍କ ଫଟୋ ଶେୟାର କରି ଶୁଭକାମନା ଜଣାଇଛନ୍ତି।

ବିରାଟ ଅନୁଷ୍କା ଏବଂ ତାଙ୍କ ଝିଅଙ୍କ ଫଟୋ ବି ଶେୟାର କରିଛନ୍ତି। ଯାହାକି ସ୍ପଷ୍ଟ ଭାବରେ ଦିଶୁନାହିଁ। ପ୍ରଶଂସକମାନେ ଏହି ଫଟୋକୁ ବେଶି ପସନ୍ଦ କରିଛନ୍ତି। ଏହା ପରେ ସେ ଅନୁଷ୍କାଙ୍କ ମା ଏବଂ ତାଙ୍କ ମା’ଙ୍କ ଫଟୋ ଶେୟାର କରି କ୍ୟାପଶନରେ ଶୁଭ ମାତୃ ଦିବସ ବୋଲି ଲେଖିଛନ୍ତି।

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ କ୍ୟାପଶନରେ ଆଈଙ୍କ ବଦଳରେ କେହି ଜଣେ ବୋଲି ଲେଖିଛନ୍ତି। ଶିଖର ଧାଓ୍ବନ ଲେଖିଛନ୍ତି, ମା’ ମୋତେ ଜୀବନର ସର୍ବୋତ୍ତମ ଜିନିଷ ଦେଇଥିବାରୁ ଧନ୍ୟବାଦ। ତୁମ ସ୍ନେହ ପ୍ରେମ, ଯତ୍ନ ଏବଂ ଅବିଶ୍ୱସନୀୟ ସମର୍ଥନ ସବୁବେଳେ। ହାପି ମଦର୍ସ ଡେ’ ଲେଖିଛନ୍ତି।

Share