Categories: ଜାତୀୟ

ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଲୋକ ସଭାରେ କଂଗ୍ରେସକୁ ଜବାବ ଦେଲେ ଅନୁରାଗ

ନୂଆଦିଲ୍ଲୀ,୧୮ ।୯: ଲୋକ ସଭାରେ ଶୁକ୍ରବାର ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ହୋଇଛି । କଂଗ୍ରେସ ନେତା ମନିଷ ତିୱାରି କହିଛନ୍ତି ପିଏମ୍ କେୟାର୍ସ ଫଣ୍ଡ ପ୍ରଧାନମନ୍ତ୍ରୀଙ୍କ ସଂସ୍ଥା ସହ ଜଡିତ । ସେଥିପାଇଁ ଏହା ଅଧିକ ଉପଯୁକ୍ତ ହେବ ନାହିଁ । ସେ କହିଛନ୍ତି ଯଦି ଏହି ଫଣ୍ଡ ସମସ୍ତଙ୍କ ବିଶ୍ୱାସ ସ୍ଥାନରେ ଆଇନ ମାଧ୍ୟମରେ ଗଠନ କରାଯାଇଥାଆନ୍ତା ତେବେ ଏହା ଅଧିକ ଉପଯୁକ୍ତ ହୋଇଥାଆନ୍ତା । ମନିଷଙ୍କ ଏଭଳି ଉକ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ପିଏମ୍ କେୟାର୍ସ ଫଣ୍ଡର ବିରୋଧ କେବଳ ବିରୋଧ କରିବା ନାଁରେ କରାଯାଉଛି । ଯେମିତି କଂଗ୍ରେସ ଇଭିଏମ୍‌କୁ ନେଇ ବିରୋଧ କରୁଥିଲା ଆଉ ପରେ ଅଧିକାଂଶ ନିର୍ବାଚନରେ ହାରିଥିଲା । କଂଗ୍ରେସ ଲଗାତାର ଜନ-ଧନ ଯୋଜନା, ବିମୁଦ୍ରିକରଣ, ତିନ ତଲାକ ଓ ଜିଏସ୍‌ଟିକୁ ଖରାପ ବୋଲି କହୁଥିଲା । କାରଣ ତାକୁ ସବୁଥିରେ ତ୍ରୁଟି ଦେଖାଯାଉଛି ବୋଲି ଅନୁରାଗ କହିଥିଲେ । ହେଲେ କଂଗ୍ରେସର ନିଜର ଉଦ୍ଦେଶ୍ୟ ଯେ ତ୍ରୁଟିପୂର୍ଣ୍ଣ ଏହା ସେ ଭୁଲ ଯାଉଛି । ଅନୁରାଗ କହିଥିଲେ ପିଏମ୍ କେୟାର୍ସ ଫଣ୍ଡ ଏକ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ଯାହାର ଗଠନ ଭାରତୀୟଙ୍କ ପାଇଁ କରାଯାଇଛି । ହେଲେ ଆପଣ ନେହେରୁ-ଗାନ୍ଧୀ ପରିବାର ପାଇଁ ଟ୍ରଷ୍ଟ ଗଠନ କରିଛନ୍ତି । ନେହେରୁ ଓ ସୋନିଆ ଗାନ୍ଧୀ ନ୍ୟାଶନାଲ ରିଲିଫ ଫଣ୍ଡର ସଦସ୍ୟ ଅଛନ୍ତି । ଏହା ଉପରେ ଆଲୋଚନା ହେବା କରୁରୀ । ଅନୁରାଗ ଆହୁରି ମଧ୍ୟ କହିଛନ୍ତି ନେହେରୁ ୧୯୪୮ରେ ଏକ ଆଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ ଗଠନ କରିବାକୁ ହେଲେ ଏହାର ପଞ୍ଜିକରଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ ।

Share