Categories: ଜାତୀୟ

ଡୋଭାଲଙ୍କ ବୈଠକ ଉପରେ ଇରାନ ଦେଇଥିବା ବିବୃତି ହଟାଇଲା

ନୂଆଦିଲ୍ଲୀ,୯।୬: ପ୍ରଫେଟ ମହମ୍ମଦଙ୍କ ଉପରେ ଭାଜପା ସଦସ୍ୟଙ୍କ ବିବାଦୀୟ ବିବୃତିକୁ ନେଇ କୂଟନୈତିକ ବିବାଦ ଜାରି ରହିଛି। ଏଭଳି ସ୍ଥିତିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ସହ ଇରାନ ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକକୁ ନେଇ ଉକ୍ତ ଦେଶ ପକ୍ଷରୁ ଜାରି ବିବୃତିକୁ ହଟାଇ ଦିଆଯାଇଛି। ପ୍ରଫେଟଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ଶିକ୍ଷା ଦିଆଯିବ ବୋଲି ଡୋଭାଲ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ହୋସେନ୍‌ ଅମିର-ଅବଦୋଲ୍ଲାହିଆନଙ୍କୁ କହିଥିବା ଉକ୍ତ ଦେଶ ପକ୍ଷରୁ ଏକ ବିବୃତିରେ କୁହାଯାଇଥିଲା। ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯିବା ପରେ ମନ୍ତ୍ରଣାଳୟ ଓ୍ବେବ୍‌ସାଇଟରୁ ଉକ୍ତ ବିବୃତିକୁ ହଟାଯାଇଛି।

Share