ଶୁଦ୍ଧିକ୍ରିୟା ସରିଥିଲା, ୧୫ ବର୍ଷ ପରେ ଫେରିଲେ ପୁଅ

ପାଟଣା,୧୩।୧୧(ବୀର କିଶୋର ଦାଶ): ପୁଅକୁ ଯେତେବେଳେ ୧୪ ବର୍ଷ ହୋଇଥିଲା କେଉଁଆଡ଼େ ପଳାଇଥିଲେ। ଦୀର୍ଘ ବର୍ଷ ଧରି ପୁଅ ନ ଫେରିବାରୁ ପରିବାର ଓ ସମ୍ପର୍କୀୟମାନେ ମୃତ୍ୟୁ ଘଟିଥିବା ଭାବି ଗତ ବର୍ଷ ଶୁଦ୍ଧିକ୍ରିୟା କରିଥିଲେ। ମାତ୍ର ହଜିଯାଇଥିବା ନାବାଳକ ପୁଅ ୧୫ ବର୍ଷ ପରେ ସୋମବାର ଯୁବକ ହୋଇ ଘରକୁ ଫେରିଛନ୍ତି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଉପାନ୍ତ ଅଞ୍ଚଳ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମରେ। ମା’ ବାପା ହଜିଲା ପୁଅକୁ ପାଖରେ ପାଇ ଆତ୍ମ ବିଭୋର ହୋଇପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମର ଅଯୋଧ୍ୟା ଦେହୁରୀଙ୍କ ସାନ ପୁଅ ଚିତ୍ରସେନ ୧୫ ବର୍ଷ ହେବ ଘରୁ କୁଆଡ଼େ ଚାଲି ଯାଇଥିଲେ। ନିଖୋଜ ହେବାର ୧୫ ବର୍ଷ ପରେ ଅଯୋଧ୍ୟା ୨୦୨୩ ଜୁନ୍‌ରେ ପୁଅ ଭଦ୍ରକରେ ଗାଡ଼ି ଚଳାଉଥିବା ଖବର ପାଇ ସେଠାକୁ ଗାଁ ଲୋକଙ୍କୁ ନେଇ ଯାଇଥିଲେ। ମାତ୍ର ଚିତ୍ରସେନ ବିବାହ କରିସାରିଥିବା ତାଙ୍କର ସ୍ତ୍ରୀ ଓ ପୁଅ ଥିବା ନେଇ ଗାଡ଼ି ମାଲିକ ସୂଚନା ଦେଇଥିଲେ। ଏଥିସହ ଗାଡ଼ି ଦୁର୍ଘଟଣାରେ ୨ଦିନ ତଳେ ତାଙ୍କର ମୃତ୍ୟୁ ହୋଇଛି। ଅଯୋଧ୍ୟାଙ୍କୁ ଗାଡ଼ି ମାଲିକ ଶବ ପୋତାଯାଇଥିବା ସ୍ଥାନ ବି ଦେଖାଇଥିଲେ। ପରେ ଅଯୋଧ୍ୟା ସାହି ଭାଇ ଓ ପୂଜକଙ୍କ ପରାମର୍ଶରେ ହିନ୍ଦୁ ପରମ୍ପରା ଅନୁଯାୟୀ, ଜୁନ୍‌ରେ ଶୁଦ୍ଧିକ୍ରିୟା କରିଥିଲେ। ମାତ୍ର ସୋମବାର ସାରେ ନେପାଳର ଏକ ଟ୍ରଷ୍ଟର କର୍ମକର୍ତ୍ତାମାନେ ଚିତ୍ରସେନଙ୍କୁ ଆଣି ଘରେ ସୁରକ୍ଷିତ ଭାବେ ଛାଡ଼ି ଦେଇଛନ୍ତି। ପରେ ତାଙ୍କୁ ପରିବାର ଲୋକେ ଏକ ନିଛାଟିଆ ଘରେ ଏକୁଟିଆ ରଖିଛନ୍ତି। ପୂଜକଙ୍କ ପରାମର୍ଶରେ ପରିବାର ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଚିତ୍ରସେନଙ୍କ ମୁହଁ ଦେଖୁ ନାହାନ୍ତି। ପୂଜକ ଘର ଲୋକଙ୍କୁ କହିଛନ୍ତି, କ୍ରିୟା ସରିଥିବା ବ୍ୟକ୍ତିଙ୍କ ମୁହଁ ଦେଖିଲେ ଅଶୁଭ ହେବ ଓ ଆୟୁଷ ହାନି ଘଟିବ। ଏଥିପାଇଁ ହିନ୍ଦୁ ଶାସ୍ତ୍ର ମତେ ନୂତନ ବିଧାନ କରିବାକୁ ହେବ ବୋଲି ପୂଜକ ପରାମର୍ଶ ଦେଇଛନ୍ତି। ଏ ନେଇ ଗାଁ ଲୋକ ଓ ଘର ଲୋକ ମୁହଁ ଖୋଲୁନାହାନ୍ତି। ସୂଚନାଯୋଗ୍ୟ, ଚିତ୍ରସେନ ଭଦ୍ରକ ଯାଇ ସେଠାରୁ ନେପାଳ ପଳାଇଥିଲେ। ମାନସିକ ରୋଗରେ ଆକ୍ରାନ୍ତ ଥିବା ବେଳେ ନେପାଳର ଏକ ସ୍ବେଚ୍ଛାସେବୀ ସଂଗଠନ ତାଙ୍କର ଚିକିତ୍ସା କରାଇବା ସହ ଏକ ଆଶ୍ରମରେ ରଖିଥିଲେ। ସୁସ୍ଥ ହେବାପରେ ଘର ଠିକଣା ବୁଝି ସଂଗଠନର ୨ ସଦସ୍ୟ ତାଙ୍କୁ ଆଣି ଘରେ ଛାଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri