ବରଗଡ଼ ଅଫିସ,୨ା୭ : ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ୧୧୦ରେ ପହଞ୍ଚିଛି । ସେଥିମଧ୍ୟରୁ ୫୬ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୫୩ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ରଖି ଆସନ୍ତା ଶନିବାର ଓ ରବିବାର ବରଗଡ଼ ଜିଲାର ସମସ୍ତ ସହରାଞ୍ଚଳ ତଥା ପୌରପରିଷଦ ଅଞ୍ଚଳକୁ ଶଟ୍ଡାଉନ୍ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।