ଚେନ୍ନାଇ,୧୩।୭: ତାମିଲ ଫିଲ୍ମ ସୁପରଷ୍ଟାର ବିଜୟ ୨୦୧୨ରେ ରୟାଲ ରୋଏସ କାର୍ ବିଦେଶରୁ ଆଣିଥିଲେ। ଏହା ବାବଦକୁ ସେ ଏପର୍ଯ୍ୟନ୍ତ ଟ୍ୟାକ୍ସ ଦେଇନାହାନ୍ତି। ଏହି ମାମଲାର ଶୁଣାଣି କରି ମାଦ୍ରାସ ହାଇକୋର୍ଟ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଟ୍ୟାକ୍ସ ପୈଠ କରିବାକୁ ବିଜୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଫିଲ୍ମ ଷ୍ଟାରଙ୍କ ଉପରେ ଅତିରିକ୍ତ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଜରିମାନା ଅର୍ଥରାଶି ଦୁଇ ସପ୍ତାହ ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍-୧୯ ରିଲିଫ୍ ପାଣ୍ଠିରେ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଏସ୍ ଏମ୍ ସୁବ୍ରମଣିୟମ।
ସମୟରେ ଟଙ୍କା ପୈଠ ନ କଲେ ଗୃହ ବିଭାଗ (ପରିବହନ), ଚେନ୍ନାଇ ଆସେସମେଣ୍ଟ ସର୍କଲର ଆସିଷ୍ଟାଣ୍ଟ କମିଶନର (ବାଣିଜ୍ୟ କର), ଉଭୟ ଆଞ୍ଚଳିକ ପରିବହନ ଅଫିସର ଓ ଦକ୍ଷିଣ ଚେନ୍ନାଇର ମୋଟର ଭେଇକିଲ ଇନ୍ସେପକ୍ଟର କାର୍ଯ୍ୟାନୁଷ୍ଠାନ ନେବେ।