ପୁରୀ ଅଫିସ,୧୪।୧୦: ଆସନ୍ତା ୧୮ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରକଳ୍ପର ଭୂମି ପୂଜନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଏଥିସହ ଏହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ବାତିଲ ହୋଇଛି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ୧୮ ତାରିଖରେ ପ୍ରବଳ ବର୍ଷା ସହ ବାତ୍ୟା ଆଶଙ୍କା ଥିବାରୁ କାର୍ଯ୍ୟକ୍ରମକୁ ବର୍ତ୍ତମାନ ପାଇଁ ବାତିଲ କରାଯାଇଥିବା ଶ୍ରୀମନ୍ଦିର ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ତାରିଖ ପୁନଃନିର୍ଦ୍ଧାରଣ ପରେ ସୂଚନା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ୧୮ ତାରିଖରେ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମି ପୂଜନ କରିବାର କାର୍ଯ୍ୟକ୍ରମ ଥିଲା।