ନୂଆଦିଲ୍ଲୀ,୨୪।୩: କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋର୍ଦାର କରିବା ଲାଗି ଆସନ୍ତା ୨୬ ତାରିଖ ଶୁକ୍ରବାର ଭାରତ ବନ୍ଦ କରାଯିବ। ଚାଷୀ ଆନ୍ଦୋଳନର ୪ ମାସ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବନ୍ଦ ପାଳନ ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ପକ୍ଷରୁ ଡାକରା ଦିଆଯାଇଥିଲା। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦୋକାନ ବଜାରଠାରୁ ଆରମ୍ଭ କରି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଡାଏରି ଆଦି ବନ୍ଦ ରହିବ। ମାର୍ଚ୍ଚ ୨୮ ‘ହୋଲିକା ଦହନ’ ଅବସରରେ କୃଷି ଆଇନର କପି ଜାଳିବାକୁ କୃଷକ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବନ୍ଦ ପାଳନକୁ ପୂର୍ଣ୍ଣ ସମର୍ଥନ ଦେବା ଲାଗି ସମସ୍ତ ବାଣିଜ୍ୟ ଓ ପରିବହନ ସଂଘ, ଛାତ୍ର, ଯୁବ ଓ ମହିଳା ସଂଗଠନଗୁଡ଼ିକ ପ୍ରତିଶ୍ରୁତି ଦେଇଛନ୍ତି।