ପାଟଣା,୧୬।୧୦(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିନ ଅବସରରେ ପାଟଣା ବିଜେଡି ପକ୍ଷରୁ ଶନିବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରାଯାଇଛି। ପରେ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତେବାସୀମାନଙ୍କୁ ଫଳ ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ପ୍ରଦୀପ ସାହୁ, ବିଜେଡି ଜିଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜଦେଓ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ବେହେରା, ବିଜେଡି ଯୁବ ବ୍ଲକ ସଭାପତି ରଘୁବର ମହାନ୍ତ,ଜିଲା ପରିଷଦ ସଭ୍ୟ ସୁରେଶ ଚନ୍ଦ୍ର ନାଏକ, ସ୍ଥାନୀୟ ସରପଞ୍ଚ ଚନ୍ଦ୍ରଶେଖର ନାଏକଙ୍କ ସହ ବରିଷ୍ଠ କର୍ମୀ ଅନ୍ତର୍ଯ୍ୟାମୀ ସେଠୀ, ସତ୍ୟା ବେହେରା, ସୁଦାମ ଦାଶ, ବାଙ୍କନିଧି ନାୟକ, ଇଜେଜା ଆନ୍ସାରି, ପୀତାମ୍ବର ପାତ୍ରଙ୍କ ସହ ବହୁ ବିଶିଷ୍ଟ ନେତା ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।