ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡ଼ାଇ କହିଲେ…

ଭୁବନେଶ୍ୱର,୩୦।୯: ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ବିଜେଡି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିୀଛନ୍ତି, ନବୀନ ବାବୁଙ୍କ ସମୟରେ ଯାଜପୁରର ଅନେକ ବିକାଶ ହୋଇଛି। ତେବେ ସବୁ ଯେ ବିକାଶ ହୋଇଛି, ତାହା ନୁହେଁ, କିଛି କାମ ବାକି ମଧ୍ୟ ଘଡାଇ କହିଛନ୍ତି।
ସେ ଆହୁରି କହିଛନ୍ତି ନବୀନଙ୍କ ସମୟରେ ନଗଡ଼ା ଚିତ୍ର ବଦଳିଛି। ଭାଜପା ପାଖରେ ସୁଯୋଗ ଅଛି, ସେ ବାକିଥିବା କାମକୁ ମଧ୍ୟ ଆଗେଇ ନେଇପାରିବେ।
ମୁଖ୍ୟମନ୍ତ୍ରୀଙ୍କ ପରିବାରବାଦ ମନ୍ତବ୍ୟକୁ ମୁଁ ଗ୍ରହଣ କରିପାରୁନି ବୋଲି ଘଡ଼ାଇ କହିଛନ୍ତି।

 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ସମିଆ ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢ଼ା କେନ୍ଦୁଆଠାରେ ମନ କି ବାତ୍‌ କାର୍ଯ୍ୟକ୍ରମ ପାଇଁ ଶନିବାର ଚଣ୍ଡିଖୋଲ ଡାକବଙ୍ଗଳାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ତେବେ କାର୍ଯ୍ୟକ୍ରମରେ ଯୋଗଦେଇ ମୋହନ ମଞ୍ଚ ଉପରୁ ବିଜେଡିକୁ ଟାର୍ଗେଟ କରିଥିଲେ। ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ। ବିଜେଡିର ଗାଁକୁ କାମ, ନାରୀକୁ ସମ୍ମାନ ନାରା କେତେ କାର୍ଯ୍ୟକାରୀ କରିଛନ୍ତି ବୋଲି ସେ ସିଧାସଳଖ ପ୍ରଶ୍ନ କରିଥିଲେ। ସେ କହିଥିଲେ, ଯାଜପୁରରେ ଗାଁକୁ ଭଲ ରାସ୍ତା ନାହିଁ, ବିକାଶମୂଳକ କାମ ନାଁରେ ଦୁର୍ନୀତି ହୋଇଛି। ବିଜେଡି ନାରୀକୁ କେତେ ସମ୍ମାନ ଦେଇଛନ୍ତି, ତାହା ଆମେ ଦେଖିଛୁ। ଧର୍ମଶାଳ ପିଇଓ ସ୍ମିତାରାଣୀଙ୍କୁ ନିର୍ମମ ଭାବେ ଏଠାରେ ହତ୍ୟା କରାଯାଇଛି। ନ୍ୟାୟ ଦେବା ପରିବର୍ତ୍ତେ ଏହି ମାଲାରେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖାଯାଇଛି।

ଯାଜପୁରକୁ ୩ ପରିବାର ଲୁଟିଛନ୍ତି। ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି। ନାଁ ନନେଇ ବିଜେଡିର ୩ ନେତାଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାଜପୁର ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନରେ ଭରପୂର ଅଞ୍ଚଳ। ଯେତିକି ଉନ୍ନତି ହେବା କଥା ସେତିକି ନାହିଁ, ଲୋକେ ଏବେ ବି ଗରିବ ଅଛନ୍ତି। ବିଗତ ସରକାରରେ ଅବହେଳିତ ହୋଇଥିବା ଲୋକଙ୍କୁ ସୁବିଧା ମିଳିବ ବୋଲି ମୋହନ ମାଝୀ ଆଶ୍ୱସନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ବିକାଶ ନାଁରେ ବିନାଶ କରିଛି ବିଜେଡି। ଯାଜପୁରର ନଗଡ଼ା ଅପପୃଷ୍ଟି କଥା ରାଜ୍ୟ ନୁହେଁ ପୁରା ଦେଶରେ ଚର୍ଚ୍ଚା ରହିଥିଲା। ଖାଇବାକୁ ନପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା। ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ। ୨୪ ବର୍ଷ ଭିତରେ କି ବିକାଶ ହୋଇଛି, ଏବେ ଆହୁରି ସମୟ ମାଗୁଛନ୍ତି। ୨୪ ବର୍ଷ ଶାସନରେ ବିକାଶ ନାଁରେ ବିନାଶ କରିଛି ବିଜୁ ଜନତା ଦଳ ବୋଲି ସେ କହିଛନ୍ତି।

ସୂଚନାଥାଉ କି, ଏହି କାର୍ଯ୍ୟକ୍ରମ ପରେ ଚାରାରୋପଣ କରାଯିବ। ଶେଷରେ ଜଣେ ଆଦିବାସୀଙ୍କ ଘରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନଭୋଜନ କରିବେ ବୋଲି ସୂଚନା ମିଳିଛି। ବୈଠକରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଛନ୍ତି। ଏଥିସହ କାର୍ଯ୍ୟକ୍ରମରେ ଜିଲାର ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଯୋଗଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଟୁଇନ ସିଟି କମିଶନର , ନୂତନ କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂ

ଭୁବନେଶ୍ୱର,୩୦।୯: ପାର୍ବଣ ପୂର୍ବରୁ ବଦଳିଲେ ଟୁଇନ ସିଟି କମିଶନର । ୧୯୯୮ ବ୍ୟାଚ ବରିଷ୍ଠ ଆଇପିଏସ ସୁରେଶ ଦେବଦତ୍ତ ସିଂ ନୂତନ କମିଶନର ଭାବେ ସୋମବାର...

ବିଜେଡିରେ ହଲଚଲ! ନବୀନଙ୍କ ବଡ଼ ଆକ୍ସନ…

ଭୁବନେଶ୍ୱର,୩୦।୯: ବିଜେଡି କଳି ଏବେ ତେଜିବାରେ ଲାଗିଛି। ବିଜେଡି କଳି ଉଗ୍ର ରୂପ ନେବା ପରେ ବିଜେଡି ସୁପ୍ରିମୋ ଆକ୍ସନ ନେଇଛନ୍ତି। ଏନେଇ ୪ ଜଣଙ୍କୁ...

ଚାଲିଥିଲା କାମ, ହଠାତ୍‌ ଜିଲାପାଳଙ୍କ ଅଫିସରେ ଲାଗିଗଲା ନିଆଁ

ଖୋର୍ଦ୍ଧା ,୩୦।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାପାଳଙ୍କ ଅଫିସରେ ଲାଗିଲା ନିଆଁ। ଇନଭଟର୍ର ବ୍ୟାଟେରୀ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆ ଲାଗି କିଛି କାଗଜ...

ଟ୍ରକ ପଛ ପଟକୁ ଧକ୍କା ଦେଲା ବସ,ହେଲ୍ପର୍‌ ମୃତ

ଯାଜପୁର, ୩୦।୯(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟ ଟ୍ରକ ପଛ ପଟେ...

ଭରତପୁର ମାମଲା: ପ୍ରଥମ ବୈଠକ ପରେ ସଚିବ କହିଲେ ହେବ…

ଭୁବନେଶ୍ୱର,୩୦।୯: ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ପ୍ରଥମ ବୈଠକ ପରେ କମିଶନଙ୍କ ସଚିବ କହିଛନ୍ତି, ଘଟଣାକୁ ନେଇ ସତ୍ୟପାଠ ଆହ୍ବାନ କରାଯିବ...

ଭରତପୁର ମାମଲା: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ଭୁବନେଶ୍ୱର,୩୦।୯: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ବର ସର୍କିଟ ହାଉସରେ ପ୍ରଥମ ବୈଠକ ବସିଛି। ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏହି...

ବିମାନ ବନ୍ଦରରୁ ଝାଡଖଣ୍ଡ ଅଭିମୁଖେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୯: ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ବାହାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରବିବାର ଭୁବନେଶ୍ବର ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନରେ ସେ ବାହାରିଛନ୍ତି। ଆଜି ପଶ୍ଚିମ...

ପ୍ରଥମେ କଳି କଲେ ଆଉ ତା’ପରେ ମନ୍ଦିର ଗଲେ…

ଭୁବନେଶ୍ୱର,୩୦।୯: ତେଜିଲା ଭୁବନେଶ୍ବର ବିଜେଡି କଳି। ଭୁବନେଶ୍ବର ବିଜେଡିର ଭିତିରି କଳି ଏବେ ପଦାରେ ପଡିଛି। ଏନେଇ ଏକାଠି ହୋଇଛନ୍ତି ୨୫/୩୦ ବିଜେଡି କର୍ପୋରେଟର୍‌। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri