ବଲାଙ୍ଗୀର ୧୦।୧୨: ବଲାଙ୍ଗୀର ସୁଦପଡା ମଦଭାଟିରେ ରବିବାର ଆୟକର ବିଭାଗର ଚଢ଼ାଉ ପଞ୍ଚମ ଦିନରେ ପହଞ୍ଚିଛି। ୫୦ଟି ମେଶିନରେ ଟଙ୍କା ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ୧୨୫ଟି ବ୍ୟାଗରୁ ୧୬୫ କୋଟି ଗଣତି ହୋଇସାରିଥିବା ଜଣାପଡିଛି। ଟଙ୍କା ଗଣତି କରିବାକୁ ୫୦ ବ୍ୟାଙ୍କ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ରବିବାର ବଲାଙ୍ଗୀର ସୁଦପଡା ମଦଭାଟିରେ ଚଢାଉ ଜାରି ରହିଛି । ସୁଦପଡା ମଦଭାଟି ମ୍ୟାନେଜର ବଣ୍ଟି ସାହୁ ଓ ତିଓ୍ବାରୀ ବାବୁଙ୍କୁ ମଧ୍ୟ ବ୍ୟାଙ୍କରୁ ଅଜ୍ଞାତ ସ୍ଥାନକୁ ନେଇଛନ୍ତି ଆୟକର ବିଭାଗ । ଏତେ ଟଙ୍କା କେଉଁଠୁ ଆସିଲା କଣ ପାଇଁ ରଖାଯାଇଥିଲା ଆୟକର ବିଭାଗ ଖୋଲ ତାଡ଼ ଆରମ୍ଭ କରିଛି।