ଭୁବନେଶ୍ୱର,୧୭ା୭ (ବ୍ୟୁରୋ): ରାଜ୍ୟରେ ଶୁକ୍ରବାରଠାରୁ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୨ଶହ ୮୪ଜଣ ଗର୍ଭବତୀଙ୍କୁ କୋଭିଡ୍ ଟିକା ଦିଆଯାଇଛି। ଟିକା ନେବା ପାଇଁ କିପରି ସହଜରେ ପଞ୍ଜୀକରଣ କରିପାରିବେ ସେଥିପାଇଁ କୋଓ୍ବିନ୍ ପୋର୍ଟାଲରେ ସ୍ବତନ୍ତ୍ର ଫିଚର୍ ବ୍ୟବସ୍ଥା କରାଯାଇଛି। ସେହିପରି ଗର୍ଭବତୀଙ୍କୁ ଯେପରି ଧାଡିରେ ଠିଆ ହେବାକୁ ନ ପଡେ କିମ୍ବା ଅନ୍ୟାନ୍ୟ ସମସ୍ୟା ନ ହୁଏ ସେଥିପାଇଁ ସମସ୍ତ ଟିକା କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।
ସୂଚନାଯୋଗ୍ୟ, ଗର୍ଭବତୀମାନେ ଟିକା ନେଲେ ନିଜ ସହିତ ସନ୍ତାନମାନେ ମଧ୍ୟ କରୋନାରୁ ସୁରକ୍ଷିତ ରହିପାରିବେ। ତେଣୁ ଆଇସିଏମ୍ଆର ପକ୍ଷରୁ ଅନୁମତି ମିଳିବା ପରେ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସାଢେ ୪ଲକ୍ଷ ଗର୍ଭବତୀଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।