ପ୍ରଥମ ଦିନରେ ୩୪୭୭ଙ୍କୁ ଟିକା

ଅନୁଗୋଳ ଅଫିସ,୪ ।୨ ଅନୁଗୋଳ ଜିଲାରେ ସୋମବାରଠାରୁ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ମୋଟ୍‌ ୨୪ଟି ଟିକାକରଣ କେନ୍ଦ୍ର କରାଯାଇଥିବାବେଳେ ପ୍ରଥମ ଦିନରେ ୩୪୭୭ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ପୂର୍ବ ପ୍ରସ୍ତୁତି ଅନୁଯାୟୀ ସକାଳ ୮ରୁ ଅପରାହ୍ନ ୧ଟା ଯାଏ ଟିକାକରଣ ଚାଲିଥିଲା। ପୂର୍ବରୁ ପଞ୍ଜୀକରଣ କରିଥିବା ଛାତ୍ରୀଛାତ୍ରମାନେ ନିର୍ଦ୍ଧାରିତ ସମୟରେ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହି କାର୍ଯ୍ୟର ତଦାରଖ ପାଇଁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବାରୁ ଟିକାକରଣ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଦେଖିବାକୁ ମିଳିଛି।

Share