Advertisement
Categories: ଗଞ୍ଜାମ

ବିଜେଡିର ପ୍ରତିଷ୍ଠା ଦିବସରେ ଏକାଠୀ ହେଲେ ନେତା କର୍ମୀ

ଛତ୍ରପୁର,୬।୧୨ (ଦିଲ୍ଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳ ୨୮ତମ ପ୍ରତିଷ୍ଠା ଉତ୍ସବ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ଲୋୟରବସଷ୍ଟାଣ୍ଡ ଠାରେ ନେତା ଓ କର୍ମୀ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଛତ୍ରପୁରର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷ ଜି. ପାପା ରାଓ, ନିର୍ବାଚନ ମଣ୍ଡଳୀର ଯୁବ ନେତା ପ୍ରଶାନ୍ତ କୁମାର କର, ବିମଳ କୁମାର ପଣ୍ଡା, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ନାରୀ ନେତ୍ରୀ ନୀଳାଦ୍ରି ପ୍ରଧା ଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହି ବିଜୁ ବାବୁ ସ୍ମୃତି ଚାରଣ କରିଥିଲେ। ପରେ ସ୍ଥାନୀୟ ଶ୍ରୀଶ୍ରୀ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ଠାରେ ସଭ୍ୟ ପଦ ସଂଗ୍ରହ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel