ଚତୁର୍ଥୀ ରାତିରେ କନ୍ୟାଙ୍କ ସହ ଘଟିଲା ଏମିତି, ଜାଣିଲେ କହିବେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ବିଜନୌରରେ ଏକ ଦୁଃଖଦ ଘଟଣା ଘଟିଛି। କନ୍ୟାଙ୍କ ହାତରୁ ମେହେନ୍ଦୀ, ପାଦରୁ ଅଳତା ଲିଭି ନ ଥିବା ବେଳେ ଦଇବ ଦାଉ ସାଧିଲା। ସଂସାର କ’ଣ ଜାଣିବା ଆଗରୁ ସବୁକିଛି ଛାରଖାର ହୋଇଗଲା। କାରଣ ଚତୁର୍ଥୀ ଦିନ ହିଁ ବରଙ୍କୁ ଜ୍ୱର ଆସିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର କରୋନାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବିଜନୌର ସହରର ମୋହଲର ଜାଟାନରେ। ଏଠାକାର ଅର୍ଜୁନ ନାମକ ଜଣେ ଯୁବକଙ୍କ ବିବାହ ଚାନ୍ଦପୁରର କସ୍‌ବାସ୍ୟାଉ ନିବାସୀ ବବ୍‌ଲିଙ୍କ ସହିତ ୨୫ ଏପ୍ରିଲରେ ହୋଇଥିଲା। ବିବାହ ଉତ୍ସବ ଭଲରେ ହୋଇଥିଲା। ସନ୍ଧ୍ୟାରେ ଶାଶୁଘରକୁ ଫେରିଥିଲେ ବବ୍‌ଲି। ତେବେ ଚତୁର୍ଥୀ ଦିନ ରାତିରେ ଅର୍ଜୁନଙ୍କୁ ପ୍ରବଳ ଜ୍ୱର ଆସିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅର୍ଜୁନଙ୍କୁ ସରକାରୀ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ପରେ ତାଙ୍କୁ କୋଭିଡ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଲା ନାହିଁ। ତେବେ ୨୯ ଏପ୍ରିଲରେ ହିଁ ଅର୍ଜୁନଙ୍କର ମୃତ୍ୟୁ ଘଟିଥିଲା। ବିଚରା ବବ୍‌ଲି ନିଜ ଭାଗ୍ୟକୁ ନିନ୍ଦିବା ସହ ତାଙ୍କ ଆଖିରୁ ଲୁହ ଶୁଖୁନି।

Share