ପ୍ରଂଶସା ସାଉଁଟିଲେ ବିଡ଼ିଓ

ଦାରିଙ୍ଗବାଡି, ୨।୧୦ (ଅରୁଣ ସାହୁ):ପ୍ରଶାସନିକ ଭାବେ ଜଣେ ନିର୍ଭିକ, ନିଷ୍ଠାବାନ ଓ କର୍ମଠ ଭାବେ ଦାରିଙ୍ଗବାଡି ଅଞ୍ଚଳରେ ଗତ ୩ ବର୍ଷ ଧରି ଦାୟିତ୍ୱ ସମ୍ପାଦନା କରିଛନ୍ତି। ଲୋକଙ୍କ ଅଭିଯୋଗ ଶୁଣାଣି ହେଉ କି ଅଞ୍ଚଳ ପରିଦର୍ଶନ ହେଉ ଅବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ସଦାବେଳେ କାର୍ଯ୍ୟକୁ ଗୁରୁତ୍ୱ ଦେଇଆସୁଥିବା ପ୍ରଶାସନ ତଥା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ଏଭଳି ପ୍ରଂଶସା କରି ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ସହ ଅଙ୍ଗ ବସ୍ତ୍ର, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଦାରିଙ୍ଗବାଡିର ବୈଶାଖୀ ସାଂସ୍କୃତିକ କଳାପରିଷର ସଦସ୍ୟ।

ଏହି ପରିଷଦର କର୍ମକର୍ତ୍ତାମାନେ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ କାର୍ଯ୍ୟାଳୟକୁ ଯାଇ ଏହି ସମ୍ବର୍ଦ୍ଧନା ଦେଇଛନ୍ତି। ପରିଷଦର କର୍ମକର୍ତ୍ତାମାନେ ଏହି ସମୟରେ ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦାରିଙ୍ଗବାଡିଠାରେ ପରିଷଦ ପକ୍ଷରୁ ଏକାଧିକ ଥର ସାଂସ୍କୃତିକ କାର୍ଯ୍ୟକ୍ରମ କରି ଲୁକ୍କାୟିତ୍ୱ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିଛନ୍ତି। ଏହି କାର୍ଯ୍ୟରେ ବିଡ଼ିଓ ପାତ୍ରଙ୍କ ଅନେକ ଅବଦାନ ରହିଥିବା ମଞ୍ଚରେ କଳାକାରମାନଙ୍କୁ ଉତ୍ସାହିତ କରିବା ନୂଆ ନୂଆ କଳାକାର ସୃଷ୍ଟି କରିବାରେ ବିଡ଼ିଓଙ୍କ ଅବଦାନକୁ ପରିଷଦ ପ୍ରଂଶସା କରିଛି। ଏଥିସହ ବ୍ଲକ ଅଞ୍ଚଳର ସର୍ବାଙ୍ଗୀନ ବିକାଶରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅତୁଳନୀୟ ଅବଦାନ ରହିଥିବା ପରିଷଦ କହିଛି ।

ପରିଷଦ ଆହୁରି କହିଛି, ବିଡ଼ିଓ ସେମାନଙ୍କ ପ୍ରେରଣା ଏଥିପାଇଁ ପ୍ରଶାସନିକ ଜୀବନରେ ନିଷ୍ଠାର ସହ କାର୍ଯ୍ୟକରି ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜୀବନଜୀବିକାରେ ବହୁତ ବଡ଼ ପରିବର୍ତ୍ତନ କରିବାରେ ସେ ସଦାବେଳେ ପ୍ରୟାସ କରୁଥିବା ପରିଷଦ ପ୍ରଶଂସା ପତ୍ର ରେ ଉଲ୍ଲେଖ କରିଛନ୍ତି। ପରିଷଦର ସାରଦା ଚରଣ ବଳିୟାର ସିଂଙ୍କ ସମେତ ବୁଲିଆ ପ୍ରଧାନ, ସୁନିତ କୁମାର ନାୟକ, ବିନୋଦ କୁମାର ନାୟକ, କୃଷ୍ଣଚନ୍ଦ୍ର ମୁଠା ମାଝି, ମାନସ ରଞ୍ଜନ ଶୁଆଲସିଂ,ସୁଶାନ୍ତ କୁମାର ନାୟକ, ସାବତ ପ୍ରଧାନ, ଅକ୍ଷୟ ପରିଛା ପ୍ରମୁଖ ଏହି ସମ୍ବର୍ଦ୍ଧନା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବନାନୀ ସାରସ୍ବତ ପରିଷଦ ପକ୍ଷରୁ ମଧ୍ୟ ବିଡ଼ିଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଭାଜପା ରାଜ୍ୟ ସଭାପତି

ତିହିଡି,୨।୧୦:ପବିତ୍ର ଗାନ୍ଧୀ ଜୟନ୍ତୀରେ ତିହିଡି ବ୍ଲକ ଅଧୀନ ପିରହାଟ କାଳିପଡିଆସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମାଲ୍ୟାର୍ପଣ କରିଛନ୍ତି। ଭାଜପା...

ପର ହେଲା ପରିବାର, ବରିଷ୍ଠ ନାଗରିକ ନିବାସ ନୂଆ ଜୀବନ

ମହାକାଳପଡ଼ା, ୨/୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):ସମୟ ବଦଳିବା ସାଙ୍ଗକୁ ପରିବାର ପରିବର୍ତ୍ତନ ଦେଖାଦେଉଛି। ଯେଉଁ ମା’ବାପା ଦିନେ ପିଲାଟିକୁ ଜନ୍ମ ଦେଇ ତା’ର ଭବିଷ୍ୟତର ଶୁଭ ଚିନ୍ତନ...

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ...

ବାଣ ଭିଡୁଥିଲାବେଳେ ବିସ୍ଫୋରଣ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲିପୁର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମର ରବୀନ୍ଦ୍ର ଦଳାଇ ୪୮ ବର୍ଷ ସ୍ଥାନୀୟ ଗ୍ରାମର ପର୍ଶୁରାମ ବେହେରାଙ୍କ...

୧୫୫ ତମ ଗାନ୍ଧୀ ଜୟନ୍ତୀ ସମାରୋହ: ପ୍ରତିମୂର୍ତ୍ତି ଉନ୍ମୋଚନ

ବାଲେଶ୍ୱର, ୨।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ଠାରେ ବୁଧବାର ୧୫୫ତମ ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତି ଓ ଶାସ୍ତ୍ରୀ ଜୟନ୍ତୀ...

ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ଛେଚି ପକାଇଲେ

ବୌଦ୍ଧ,୨।୧୦: ଲୁଗାପଟା ଟାଣି ଓଟାରି ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ...

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଗାନ୍ଧୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ମଣ୍ଡପ ନିକଟରେ ଟ୍ରକ ଠିଆ...

ଶୀତ ପୂର୍ବରୁ ଚିଲିକାରେ ବିଦେଶୀ ପକ୍ଷୀ

ବାଲୁଗଁା,୨ା୧୦(ସଂଗ୍ରାମ ପାଇକରାୟ):ଶୀତ ଆସିବା ପୂର୍ବରୁ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। କେତେକ ବିଦେଶୀ ପକ୍ଷୀ ଘୂରି ବୁଲୁଥିବା ବେଳେ କିଛି ପକ୍ଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri