ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରମୁଖ ଦଳର ୩ ପ୍ରାର୍ଥୀ

ଝାରସୁଗୁଡ଼ା ଅଫିସ,୧୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ବୁଧବାର ନାମାଙ୍କନ ଦାଖଲର ଶେଷ ଦିନରେ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପ୍ରଥମେ ସମର୍ଥକଙ୍କ ସହ ଆସି ଉପଜିଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଶାରଦା ନାୟକ, ରୀତା ସାହୁ, ଜିଲା ପର୍ଯ୍ୟବେକ୍ଷକ ସୁବାସ ସିଂ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

ସେହିପରି ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜ ସମର୍ଥକଙ୍କ ସହ ଆସି ଉପଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ସହ ଭାଜପାର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏପରି କି ଶେଷରେ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ମଧ୍ୟ ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଉପଜିଲାପାଳଙ୍କ ଅଫିସରେ ପହଞ୍ଚତ୍ଥିଲେ। ପରେ ସେ ରିଟର୍ନିଂ ଅଫିସରଙ୍କ ନିକଟରେ ନିଜ ପ୍ରର୍ଥତ୍ପତ୍ର ଦାଖଲକରିଥିଲେ। ତାଙ୍କ ସହ ବହୁ ବରିଷ୍ଠ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେହିପରି ପୂର୍ବରୁ ସିପିଆଇଏମ୍‌ ପ୍ରାର୍ଥୀ ରମେଶ ତ୍ରିପାଠୀ ମଧ୍ୟ ନିଜ ପ୍ରାର୍ଥତ୍ପତ୍ର ଦଖଲ କରିଥିଲେ। ସେହିପରି ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସହ ଅନ୍ୟ ଜଣେ ପ୍ରାର୍ଥୀ ମଧ୍ୟ ନିଜ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ତିନି ପ୍ରମୁଖ ଦଳ ଝାରସୁଗୁଡାରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।

ମେ ୩୧ରେ ବ୍ରଜରାଜନଗରରେ ୨୭୯ଟି ବୁଥ୍‌ରେ ଭୋଟ ଗ୍ରହଣ ହେବ। ନିର୍ବାଚନରେ ୨୦ଟି ଆଦର୍ଶ ବୁଥ୍‌ କରାଯାଇଥିଲା ବେଳେ ୫ଟି ପିଙ୍କ୍‌ ବୁଥ୍‌ କରାଯାଇଛି। ଜିଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳକୁ ପ୍ରଶାସନ ପକ୍ଷରୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Share