Categories: ଜାତୀୟ

ଶେଷ ଯାତ୍ରାରେ ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂ

ଭୋପାଳ,୧୭।୧୨: ତାମିଲନାଡୁରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂ ଶେଷରେ ଆଖି ବୁଜିଥିଲେ। ଶୁକ୍ରବାର ବରୁଣ ସିଂ ଶେଷ ଯାତ୍ରା ଭୋପାଳର ବୈରାଗଢର ବିଶ୍ରାମ ଘାଟରେ ପହଞ୍ଚିଛି। ଫୁଲରେ ସଜାଯାଇଥିବା ଏକ ଟ୍ରକରେ ତାଙ୍କ ମୃତଦେହ ସେନାବାହିନୀର ୩-ଇଏମ୍‌ଇ କେନ୍ଦ୍ରର ମିଲିଟାରୀ ହସ୍ପିଟାଲରୁ ବୈରାଗଢର ବିଶ୍ରାମ ଘାଟ ପର୍ଯ୍ୟନ୍ତ ପହଞ୍ଚିଛି। ଲୋକମାନେ ଭାରତ ମାତା କି ଜୟ, ବରୁଣ ସିଂ ଅମର ରହେ ସ୍ଲୋଗାନ ଦେଇଥିଲେ।
ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ମୃତଦେହ ଗୁରୁବାର ରାତି ପ୍ରାୟ ୨.୩୦ ସମୟରେ ଭୋପାଳରେ ପହଞ୍ଚିଥିଲା। ଏଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ତାମିଲନାଡୁର କୁନୁରରେ ଡିସେମ୍ବର ୮ରେ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ବରୁଣ ସିଂଙ୍କର ବୁଧବାର ଦେହାନ୍ତ ହୋଇଥିଲା।

Share