ନାମଫଳକରେ ବରପୁତ୍ରଙ୍କ ସମ୍ପର୍କରେ ଲେଖାଯାଉ

ବରପୁତ୍ରଙ୍କୁ ସମ୍ମାନ ଦେବା ସହ ସ୍ମୃତିକୁ ଚିରକାଳ ଜୀବନ୍ତ ରଖିବା ଓ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଭିନ୍ନ ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ରାଜଧାନୀରେ ସରକାରୀ ସ୍ତରରେ ୭୨ ଓ ବେସରକାରୀ ସ୍ତରରେ ୨୦ରୁ ଊର୍ଦ୍ଧ୍ୱ ପ୍ରତିମୂର୍ତ୍ତି ରହିଛି। ହେଲେ ସେମାନଙ୍କୁ ଅନେକ ସମୟରେ ଅସମ୍ମାନିତ କରାଯାଉଥିବା ଭଳି ଅଭିଯୋଗ ଉଠୁଛି। କେବଳ ଜୟନ୍ତୀ ବା ଶ୍ରାଦ୍ଧଦିବସ ଆସିଲେ ବରପୁତ୍ରମାନେ ମନେପଡ଼ନ୍ତି। ବର୍ଷର ଅନ୍ୟ ଦିନରେ ଅଧିକାଂଶ ପ୍ରତିମୂର୍ତ୍ତିରେ ମାଳଟିଏ ପଡୁ ନ ଥିବାବେଳେ ଘାସବଣ ଭିତରେ ପକ୍ଷୀ ମଳରେ ବିକୃତ ହୋଇପଡୁଥିବା ଓ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଥିବା ଦେଖିବାକୁ ମିଳୁଛି। କେଉଁଠି ନାମଫଳକ ଲିଭିଗଲାଣି ତ ଆଉ କେଉଁଠି ବାହାରକୁ ଦୃଶ୍ୟମାନ ହେଉନାହିଁ। ନାମଫଳକରେ ଉଦ୍‌ଘାଟକ ଓ ଅତିଥିଙ୍କ ନାମ ଭିତରେ ବରପୁତ୍ରଙ୍କ ନାମ ଲୁଚିଯାଉଛି। ପୁଣି ବରପୁତ୍ରଙ୍କ ସମ୍ପର୍କରେ ଅଧିକ କିଛି ଲେଖାଯାଉ ନ ଥିବାରୁ ଏହା ପରପିଢ଼ିକୁ ଜାଣିବା ସୁଯୋଗ ରହୁନାହିଁ ବା ଅନୁପ୍ରାଣିତ କରିପାରୁ ନାହିଁ। ବରପୁତ୍ରଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଓ ପ୍ରତିମୂର୍ତ୍ତି ସ୍ଥଳକୁ ଆଲୋକୀକରଣ ସହ ଆକର୍ଷଣୀୟ କରିବା ପାଇଁ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବିଏମ୍‌ସି ଓ ବିଡିଏକୁ ଚିଠି ଲେଖି ଚୁପ୍‌ ବସିଥିବାବେଳେ ଏହା ସେମାନଙ୍କ ବଂଶଧର ଓ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି।

ସ୍ବତନ୍ତ୍ର ପଲିସି ଆସିବା ଆବଶ୍ୟକ
ବରପୁତ୍ରଙ୍କ ପ୍ରତିମୂର୍ତ୍ତି କେଉଁଠି ସ୍ଥାପନ କରାଯିବ, ରାଜଧାନୀରେ ନା ଜନ୍ମସ୍ଥାନରେ, ନିର୍ଦ୍ଦିଷ୍ଟ ଅଞ୍ଚଳରେ ସର୍ବାଧିକ କେତେ ସଂଖ୍ୟକ ପ୍ରତିମୂର୍ତ୍ତି ରହିପାରିବ, ସେଠାରେ କ’ଣ ସବୁ ଲେଖା ରହିବ, ରକ୍ଷଣାବେକ୍ଷଣ, ସମ୍ମାନ ଆଦିକୁ ନେଇ ସରକାରୀ ସ୍ତରରେ ସ୍ବତନ୍ତ୍ର ପଲିସି ଆସିବାର ଆବଶ୍ୟକତା ରହିଛି। ଏଥିସହ ନାମଫଳକର ମଧ୍ୟ ବହୁତ ପ୍ରାସଙ୍ଗିକତା ରହିଛି। ୨୦୦୯ରୁ ଏନେଇ ଆମେ ଦାବି କରି ଆସୁଛୁ। ଅନେକ ପ୍ରତିମୂର୍ତ୍ତିରେ ଲାଗିଥିବା ନାମଫଳକ ଦୂରରୁ ଦେଖିଲେ ବରପୁତ୍ରଙ୍କ ନାମ ଛୋଟ ଓ ଉଦ୍‌ଘାଟକ ବା ଅତିଥିଙ୍କ ନାମ ବଡ଼ ଦେଖାଯାଉଛି। ମୁଖ୍ୟମନ୍ତ୍ରୀଙ୍କଠୁ ନେଇ କର୍ପୋରେଟରଙ୍କ ଯାଏ ନାମ ରହୁଛି। ୫ବର୍ଷ ପରେ ଏମାନେ ଆଉ ପ୍ରାସଙ୍ଗିକ ହୋଇ ରହୁନାହାନ୍ତି, କିନ୍ତୁ ଯିଏ ପ୍ରକୃତରେ ପ୍ରାସଙ୍ଗିକ ତାଙ୍କୁ ଅବହେଳା କରାଯାଉଛି। ସେ କିଏ, ତାଙ୍କୁ ଆମେ କାହିଁକି ମନେରଖିବା, ଅନ୍ତତଃପକ୍ଷେ ସେତିକି ଲେଖାଗଲେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏହା ଉପଯୋଗୀ ହୁଅନ୍ତା।
-ଦିଲୀପ ଦାଶଶର୍ମା, ସଭାପତି,ଉତ୍କଳ ସମ୍ମିଳନୀ,ମଞ୍ଚେଶ୍ୱର ଶାଖା

ପ୍ରକୃତ ଉଦ୍ଦେଶ୍ୟ ଉପରେ ଧ୍ୟାନ ଦିଆଯାଉ
ହଁ, ଏମିତି ହେବା ଉଚିତ। କାରଣ ଅନେକ ବରପୁତ୍ର ଅଛନ୍ତି, ଯେଉଁମାନଙ୍କ ସମ୍ପର୍କରେ ସମସ୍ତେ ଜାଣନ୍ତିନି। ନାମ ପଢ଼ିଦେଲେ ବି ସମସ୍ତଙ୍କୁ ମନେପକାଇ ହୁଏନି। ବିଶେଷକରି ଆମ ଭଳି ଯୁବପିଢ଼ି ଓ ପରପିଢ଼ିଙ୍କ ପାଇଁ ଏହା ଲାଭଦାୟକ ବା ଅନୁକରଣୀୟ ହୁଅନ୍ତା। କିଛି ନ ହେଲେ ଅନେକେ ତ ଏହା ଉପରେ ନଜର ପକାନ୍ତେ ଆଉ କିଛି ମନେରଖନ୍ତେ। ଖାଲି ପ୍ରତିମୂର୍ତ୍ତି ତିଆରି କରିଦେଲେ ହେବନାହିଁ, ଏହାର ପ୍ରକୃତ ଉଦ୍ଦେଶ୍ୟ ଉପରେ ଧ୍ୟାନଦେବା ଆବଶ୍ୟକ।
-ସୁରଜ ରୟ, ଛାତ୍ର, ଭୁବନେଶ୍ୱର
ସମ୍ବଳ ଅଭାବରୁ ସବୁ ଅନୁରୋଧ ପୂରଣ ହୋଇପାରୁନି
ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମିଳୁଥିବା ଅର୍ଥରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ରକ୍ଷଣାବେକ୍ଷଣ ସହ ପ୍ରତିମୂର୍ତ୍ତି ସ୍ଥଳରେ ବରପୁତ୍ରଙ୍କ ସମ୍ପର୍କରେ ଅଧିକ ତଥ୍ୟ ରଖିବା ସହ ଅଧିକ ପଦକ୍ଷେପ ନେବାକୁ ହେଉଥିବା ଅନୁରୋଧ ସମ୍ବଳ ଅଭାବରୁ ପୂରଣ ହୋଇପାରୁନି। ଅଧିକ ଅର୍ଥ ବରାଦ ହେଲେ ସବୁ ଅନୁରୋଧ ପ୍ରତି ଧ୍ୟାନ ଦେଇ ହୁଅନ୍ତା। ଏହା ଏକ ଭଲ କଥା। ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି ମୋର ଆଶା।
-ହୃଷୀକେଶ ମଲ୍ଲିକ, ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ
ଅଧିକ ସୂଚନା ଦେବାକୁ ଆଲୋଚନା ହୋଇଛି
ପ୍ରତିମୂର୍ତ୍ତି ସ୍ଥଳକୁ ନିରନ୍ତର ସଫା ରଖାଯାଉଛି। ସରକାରୀ ଓ ଘରୋଇ ଭାବେ ଉଭୟ ଉଦ୍ୟମରେ ବରପୁତ୍ରଙ୍କ ଜୟନ୍ତୀ ପାଳନ ହେଉଛି। ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ସରକାର ଧ୍ୟାନ ଦେଉଛନ୍ତି। କେବଳ ସରକାର ନୁହନ୍ତି, ସଙ୍ଗଠନ ଓ ବ୍ୟକ୍ତିବିଶେଷ ଏ ଦିଗରେ ମଧ୍ୟ ସହଯୋଗ କରିବା ଆବଶ୍ୟକ। ବରପୁତ୍ରଙ୍କ ନାମ ସହ ସେମାନଙ୍କ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ବୈଠକରେ ଆଲୋଚନା କରାଯାଇଛି।
-ଲକ୍ଷ୍ମୀଧର ବେହେରା, ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ, ସଂସ୍କୃତି ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri