ଜାତୀୟ ରାଜପଥ ଉପରେ ସହରର ନର୍ଦ୍ଦମାଜଳ

କୋରାପୁଟ,୨୪।୮(ସ୍ବ.ପ୍ର.): କୋରାପୁଟ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ସହରର ନଦ୍ଦର୍ର୍ମା ଜଳ ମାସ ମାସ ଧରି ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଯାତାୟାତ ବେଳେ ଲୋକେ ହଇରାଣ ହେଉଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରେଲୱେ ଓଭର ବ୍ରିଜ୍‌ ନିକଟ ଦେଇ ଯାଇଥିବା ଏହି ରାଜପଥ କଡରେ ଥିବା ନାଳ ବର୍ଷ ବର୍ଷ ଧରି ପୋତି ହୋଇ ରହିଛି। ଏହାକୁ ଠିକ୍‌ ରୂପେ ସଫା କରାଯାଉ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକ ବର୍ଷା ହେଲେ ଏହି ସ୍ଥାନରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି ା ଏହି ସମୟରେ ଉକ୍ତ ରାସ୍ତାରେ ଗାଡିମୋଟର ଚଳାଚଳ ପ୍ରଭାବିତ ହେଉଛି। କୋରାପୁଟ ମ୍ୟୁନିସିପାଲିଟି ଅନ୍ତର୍ଗତ ବ୍ୟସ୍ତ ବହୁଳ ଏହି ରାସ୍ତା ଉପରେ ନାଳ ପାଣି ପ୍ରବାହିତ ହେଉଥିଲେ ମଧ୍ୟ ଏଥିପ୍ରତି ଜାତୀୟ ରାଜପଥ ବିଭାଗ କିମ୍ବା ମ୍ୟୁନିସିପାଲିଟିର ନଜର ପଡୁନି। ଏ ନେଇ ପୌରାଧକ୍ଷ ଲଲାଟ ରଞ୍ଜନ ସେଠୀଙ୍କୁ ପଚାରିବାରୁ ଏ ଦିଗରେ ମ୍ୟୁନିସିପାଲିଟି ପକ୍ଷରୁ ଜାତୀୟ ରାଜପଥ ବିଭାଗ ସହ ଆଲୋଚନା କରି ଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ।

Share