Categories: ଜାତୀୟ

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆ କଏନ୍‌ ଲୋକାର୍ପିତ…

ନୂଆଦିଲ୍ଲୀ, ୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ନୂଆ କଏନ୍‌ ସିରିଜ ଲୋକାର୍ପିତ କରିଛନ୍ତି। ଏହି ସ୍ବତନ୍ତ୍ର ସିରିଜରେ ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା, ୧୦ ଟଙ୍କା ଏବଂ ୨୦ ଟଙ୍କିଆ କଏନ୍‌ର ଲୋକାର୍ପଣ କରାଯାଇଛି। ନୂତନ କଏନ୍‌ ଦେଶକୁ ସ୍ବାଧୀନତାର ଅମୃତ ମହୋତ୍ସବ ସମ୍ପର୍କରେ ଆଗାମୀ ପିଢ଼ିଙ୍କୁ ମନେ ପକାଇବାର ଅବସର ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ନୂତନ କଏନ୍‌ଗୁଡ଼ିକ ଅମୃତ ମହୋତ୍ସବ ଲକ୍ଷ୍ୟ ବିଷୟରେ ଦେଶର ଲୋକଙ୍କୁ ନିରନ୍ତର ସ୍ମରଣ କରାଇବ ଏବଂ ସେମାନଙ୍କୁ ଦେଶର ବିକାଶରେ ସହଯୋଗ କରିବାକୁ ପ୍ରେରଣା ଯୋଗାଇବ। ସୱାଧୀନତା ସଂଗ୍ରାମୀମାନଙ୍କ ସ୍ବପ୍ନକୁ ପୂରଣ କରିବାକୁ ଏହି କଏନ୍‌ ପ୍ରେରଣା ଯୋଗାଇବ।

ବିକାଶର ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବାର ମୁହୂର୍ତ୍ତ ସମ୍ପର୍କରେ ସ୍ବାଧୀନତାର ଅମୃତ ମହୋତ୍ସବ ଲୋକଙ୍କ ମଧ୍ୟରେ ନୂଆ ଉତ୍ସାହ ଭରି ଦେବ। ଭାଜପା ସରକାର ସାଧାରଣ ଲୋକଙ୍କ ପାଇଁ କାମ କରିବା ଜାରି ରଖିଛନ୍ତି। ଦେଶର ସାମୁହିକ ବିକାଶ ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ।

Share