Categories: ଜାତୀୟ

ବିମାନ ଯାତ୍ରୀଙ୍କ ମୋବାଇଲରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୧୫ା୪: ଇଣ୍ଡିଗୋ ବିମାନ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିଯାଇଥିଲା। ଏନେଇ ତୁରନ୍ତ କ୍ରୁ ମେମ୍ବରଙ୍କୁ ସୂଚନା ଦିଆଯାଇଥିଲା। ପରେ କ୍ରୁ ସଦସ୍ୟମାନେ ନିଆଁକୁ ଆୟତ୍ତ କରିଥିଲେ।

ଡିଜିସିଏର ବରିଷ୍ଠ ଅଧିକାରୀ କହିଛନ୍ତି, ଏ-୩୨୦ ନିୟୋ ବିମାନ ଭିଟି-ଆଇଜେଭି କିପ୍‌ ବିମାନ ନମ୍ବର ୬ଇ-୨୦୩୭ ଆସାମର ଦିବ୍ରୁଗଡରୁ ଦିଲ୍ଲୀ ଆସୁଥିଲା । ଏହି ସମୟରେ ଜଣେ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିବା ସହ ଧୂଆଁ ବାହାରିଥିଲା। ଏହା ଦେଖି ଯାତ୍ରୀମାନେ କ୍ୟାବିନ କ୍ରୁ’ଙ୍କୁ ସୂଚନା ଦେଇଥିଲେ। କ୍ୟାବିନ କ୍ରୁ ସଦସ୍ୟ ଅଗ୍ନି ନିର୍ମାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇଥିଲେ। ଫଳରେ ଏକ ବଡ଼ ଧରଣଣ ବିପଦ ଟଳିଯାଇଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି।

Share