ଦ୍ୱିତୀୟ ଦିନରେ ଓ୍ବାଚ୍‌ମ୍ୟାନ, ସୁଇପର ନିଯୁକ୍ତି ବିବାଦ

ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକକୁଣ୍ଡୁଳାସ୍ଥିତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲ ଫାଟକରେ ଗୁରୁବାରଠାରୁ ୧୨ଟି ସ୍ବୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳା ବିଦ୍ୟାଳୟରେ ଏକ ନିର୍ଦ୍ଦିଷ୍ଟ ସ୍ବୟଂ ସହାୟିକା ଗୋଷ୍ଠୀକୁ ସୁଇପର ଓ ଓ୍ବାଚ୍‌ମ୍ୟାନ ଭାବେ ନିଯୁକ୍ତି ଦେଇଥିବା ବିରୋଧରେ ଫାଟକରେ ତାଲା ଦେଇ ଧାରଣାରେ ବସିଛନ୍ତି। ମହିଳାମାନଙ୍କ ଦାବି ପ୍ରତି ପ୍ରଶାସନ କର୍ଣ୍ଣପାତ ନ କରିବାରୁ ମହିଳାମାନେ ଶୁକ୍ରବାର ବି ଜିଦ୍‌ରେ ଅଟଳ ରହି ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ବିଦ୍ୟାଳୟ ଭିତରକୁ ଛାତ୍ରୀଛାତ୍ରଙ୍କ ସହ ଶିକ୍ଷକ କର୍ମଚାରୀ ପ୍ରବେଶ କରି ପାରି ନ ଥିବାରୁ ଶିକ୍ଷାଦାନ ବ୍ୟାହତ ହୋଇଛି। ଫଳରେ ନବମ ଓ ଦଶମ ଶ୍ରେଣୀର ଏଫ୍‌ଏ ଫୋର( ଫରମେଟିଭ ଆସେସ୍‌ମେଣ୍ଟ) ପରୀକ୍ଷା ଦେବାକୁରୁ ଛାତ୍ରୀଛାତ୍ର ଆଜି ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ବେଳେ ଚାପା ଉତ୍ତେଜନା ସହ ଅଚଳାବସ୍ଥା ଜାରି ରହିଛି।

Share