୬ ମାସ ପରେ ସୁଟିଂ ସେଟକୁ ଫେରିଲେ ସଲମାନ: ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

ମୁମ୍ବାଇ, ୫।୧୦-ଦୀର୍ଘ ସାଢେ ୬ ମାସ ପରେ ଫିଲ୍ମ ସୁଟିଂ ସେଟକୁ ପୁଣି ଥରେ ଫେରିଛନ୍ତି ବଲିଉଡ ଅଭିନେତା ସଲମାନ ଖାନ। ତାଙ୍କ ଆଗାମୀ ଫିଲ୍ମ ‘ରାଧେ ପାଇଁ ସୁଟିଂ ସେଟକୁ ପୁଣି ଥରେ ଫେରିଛନ୍ତି। ବର୍ତ୍ତମାନ ସଲମାନ ଫ୍ୟାନମାନଙ୍କ ପାଇଁ ସୁଟିଂ ସେଟକୁ ଫେରିବାର ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ସଲମାନ କଳା ଜ୍ୟାକେଟ ପିନ୍ଧିଥିବାର ନଜର ଆସିଛନ୍ତି। ତାଙ୍କ ପଛ ପଟେ କ୍ୟାମେରା ଥିବାବେଳେ ଆଗପଟେ ଏକ ବାଇକ ଓ କାର ରହିଥିବା ଦେଖା
ଯାଇଛି। ସେ କ୍ୟାପସନରେ ଲେଖିଛନ୍ତି, ୬.୫ ମାସ ପରେ ସୁଟିଂ ସେଟକୁ ଫେରିଛି। ଭଲ ଲାଗୁଛି # ରାଧେ।
ପ୍ରକାଶ ଯେ, ଫିଲ୍ମର ସୁଟିଂ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବାର ଥିଲା। ମାତ୍ର କରୋନା ଲକଡାଉନ ଯୋଗୁ ଏହା ବନ୍ଦ ରହିଥିଲା।

Share