ବିଲରୁ ଘରକୁ ଫେରିବା ବେଳେ ଚାହିଁ ରହିଥିଲା ବିପଦ

ଜଳେଶ୍ବର,୨୨।୮(ଡି.ଏନ୍‌.ଏ.): ବିଲରୁ ଘରକୁ ଫେରୁଥିବା ବେଳେ ଭାସିଗଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳ ଜଳକା ନଦୀର ଶାଖା ନଦୀ ବନ୍ୟା ପାଣିରେ। ନାବାଳକ ଜଣକ ହେଲେ ପଳାସିଆ ଗ୍ରାମର ଜନ୍ମଜୟ ମହାପାତ୍ର (୧୩)। ଖବର ପାଇ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ସୋମବାର ଅପରାହ୍ନରେ ଜନ୍ମଜୟ ବିଲରୁ ଘରକୁ ଫେରୁଥିଲେ । ଗ୍ରାମ ପାଖଦେଇ ପ୍ରଭାବିତ ହୋଇଥିବା ଜଳକା ନଦୀର ଶାଖା ନଦୀର ବନ୍ଧରେ ହଠାତ ଅତଡା ଖସିଯିବାରୁ ଜନ୍ମଜୟ ବନ୍ୟା ପାଣିର ପ୍ରଖର ସୁଅରେ ପଡି ଯାଇ ଭାସି ଯାଇଥିଲେ ।