କ୍ରିକେଟରେ ଶତକ ମାରିବା ପ୍ରତ୍ୟେକ କ୍ରିକେଟର୍ଙ୍କ ସ୍ବପ୍ନ ଥାଏ। ତେବେ ଟେଷ୍ଟରେ ଲଗାତର ୫ ଇନିଂସରେ ୫ଟି ଶତକ ହାସଲ କରିବା ନିହାତି ଏକ ଗୁରୁତ୍ୱପୂର୍ଣ୍ଣ କଥା। ଏମିତି ଏକ କାରନାମା କରିଥିଲେ ଓ୍ବେଷ୍ଟଇଣ୍ଡିଜ୍ର ମହାନ କ୍ରିକେଟର୍ ଏଭଟର୍ନ ଓ୍ବିକ୍ସ। ୧୯୪୯ ମସିହା ଜାନୁୟାରୀ ୩ରେ କୋଲକତାର ଇଡେନ ଗାର୍ଡେନରେ ୧୦୧ ରନ୍ର ପାଳି ଖେଳି ଏହି ବଡ଼ ରେକର୍ଡ ହାସଲ କରିଥିଲେ। ସେ ୧୯୪୮ରେ ଇଂଲଣ୍ଡ ବିପକ୍ଷରେ ୧୪୧ ରନ୍ର ପାଳି ଖେଳିଥିଲେ। ଏହା ପରେ ସେ ଲଗାତର ୪ ଇନିଂସରେ ସେ ଶତକ ହାସଲ କରିଥିଲେ। ସେ ଷ୍ଠ ଇନିଂସରେ ମଧ୍ୟ ଶତକ ହାସଲ କରିବାର ନିକଟତର ଥିଲେ। କିନ୍ତୁ ୯୦ ରନ୍ରେ ଆଉଟ୍ ହୋଇଯାଇଥିଲେ। ଓ୍ବିକ୍ସଙ୍କ ଏହି ରେକର୍ଡ ୭୩ ବର୍ଷ ହେବ ମଧ୍ୟ ଭାଙ୍ଗିନି। ଓ୍ବିକ୍ସ ୨୨ ବର୍ଷ ବୟସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବାବେଳେ ପାକିସତାନ ବିପକ୍ଷରେ ୧୯୫୮ରେ ସେ ଶେଷ ମ୍ୟାଚ୍ ଖେଳିଥିଲେ। ସେ ଜୁଲାଇ ୧, ୨୦୨୦ରେ ମୃତ୍ୟୁବରଣ କରିଥିଲେ।