ଏକଦିବସୀୟ କ୍ରିକେଟର ଅନ୍ୟତମ ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ୧୬ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଧୋନୀ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ଯାତ୍ରା ଆରମ୍ଭ କରିଥିଲେ। ଟିମ ଇଣ୍ଡିଆର କ୍ୟାପଟେନ କୁଲ ନାମକ ଧୋନୀ ୨୦୦୪ ଡିସେମ୍ବର ୨୩ ଚଟ୍ଟଗାଓଁରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିଲେ ଏବଂ ପ୍ରଥମ ବଲରେ ସେ ଶୂନରେ ଆଉଟ ହୋଇଥିଲେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ତାଙ୍କର ପ୍ରଥମ ଏକଦିବସୀୟରେ ଶୂନରେ ଆଉଟ୍ ହୋଇଥିଲେ। କିନ୍ତୁ ଏହା ପରେ ଏହି ଦୁଇ ଖେଳାଳି କ୍ରିକେଟ ଦୁନିଆରେ ନିଜ ନାମକୁ ଅମର କରି ରଖିଥିଲେ। ବାଂଲାଦେଶ ଗସ୍ତରେ ଧୋନୀଙ୍କ ବିଫଳତା ସତ୍ତ୍ୱେ ତତ୍କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲି ତାଙ୍କୁ ଆଉ ଏକ ସୁଯୋଗ ଦେଇଥିଲେ। ଧୋନୀ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାକିସ୍ତାନ ବିପକ୍ଷରେ ୧୮୩ ରନ ସଂଗ୍ରହ କରିଥିଲେ।