Categories: ଜାତୀୟ

କୋଭିଡ୍‌ ଟେଷ୍ଟ ଡରରେ ଷ୍ଟେଶନରୁ ଦୌଡ଼ିଲେ ଶହ ଶହ ଯାତ୍ରୀ

ଗୁଆହାଟି, ୨୩।୫ : ଲୋକେ ଏବେ ବି ସଜାଗ ନାହାନ୍ତି। କୋଭିଡ୍‌-୧୯ ଭାଇରସକୁ ନୁହେଁ ଲୋକେ ଟେଷ୍ଟକୁ ଡରୁଛନ୍ତି। ଆସାମର ଯୋଗୀ ରୋଡ଼ ଷ୍ଟେଶନରୁ ଆସିଥିବା ଭିଡିଓରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ମହିଳା ଓ ଛୁଆଙ୍କ ସମେତ ପ୍ରାୟ ୪୦୦ ପ୍ରବାସୀ କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସ ଯୋଗେ ପହଞ୍ଚିଥିଲେ ଆସାମରେ। ତାମିଲନାଡୁର କନ୍ୟାକୁମାରୀରୁ ୫ ଦିନ ତଳେ ବାହାରିଥିବା ଏକ୍ସପ୍ରେସ କେରଳ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ଏଠାରେ ପହଞ୍ଚିଥିଲା।

ଆସାମରେ ଟ୍ରେନ ଯାତ୍ରୀଙ୍କ ଲାଗି କୋଭିଡ୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଗୁଆହାଟିଠାରୁ ପ୍ରାୟ ୬୦ କିମି ଦୂର ଯୋଗୀ ରୋଡ଼ ଷ୍ଟେଶନରେ କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସ ପହଞ୍ଚିବା ପରେ ଯାତ୍ରୀମାନେ କୋଭିଡ୍‌ ଟେଷ୍ଟରୁ ବର୍ତ୍ତିବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ। ଏପରି କି ନିରୁପାୟ ହୋଇପଡ଼ିଥିଲେ ଷ୍ଟେଶନରେ ଉପସ୍ଥିତ ଥିବା ପୋଲିସ ଓ ରେଲଓ୍ବେ ଅଧିକାରୀ। ଘଟଣା ଭିଡିଓର ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

Share