Categories: ଜାତୀୟ

ମହିଳା ସଂରକ୍ଷଣ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ ନେଇ ସୋନିଆଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୯।୯: କଂଗ୍ରେସ ସଂସଦୀୟ ପାର୍ଟି (ସିପିପି) ସଭାପତି ସୋନିଆ ଗାନ୍ଧୀ ମଙ୍ଗଳବାର ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲକୁ କ୍ୟାବିନେଟ୍‌ ମଞ୍ଜୁରୀକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଙ୍ଗଳବାର ସକାଳେ ସଂସଦରେ ପହଞ୍ଚିବା ପରେ ସୋନିଆ ଗାନ୍ଧୀ କହିଛନ୍ତି, ଏହା ଆମର, ଏହା ଆମ ନିଜର।
ଲୋକ ସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବା ସଂକ୍ରାନ୍ତ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ କରିବାର ଗୋଟିଏ ଦିନ ପରେ ସଂସଦର ଚାଲିଥିବା ସ୍ବତନ୍ତ୍ର ଅଧିବେଶନରେ ଐତିହାସିକ ବିଲ ଆଗତ ହେବା ପାଇଁ ବାଟ ଫିଟିଛି।
ନିକଟରେ ଶେଷ ହୋଇଥିବା ଦୁଇ ଦିନିଆ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକରେ ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାରିତ କରିବା ନେଇ ଆଲୋଚନା ହୋଇଥିଲା।ସ୍‌

Share