Categories: ଜାତୀୟ

ଫେବୃୟାରୀ ୧୩ରେ ‘ମହିଳା ଘେରା’ ଆନ୍ଦୋଳନ କରିବେ ଅଖିଳେଶ

ଲକ୍ଷ୍ନୌ, ୮।୨: ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଫେବୃୟାରୀ ୧୩ରେ ଉତ୍ତରପ୍ରଦେଶରେ ‘ମହିଳା ଘେରା’ ଆନ୍ଦୋଳନ କରିବେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସେ ସୋମବାର ରାଜ୍ୟର ସମସ୍ତଙ୍କ ମହିଳାଙ୍କଠାରୁ ସହାୟତା ଲୋଡିଛନ୍ତି। ଏହା ଦ୍ୱାରା ମହଳା ସଶକ୍ତିକରଣ ସମ୍ଭବ ହୋଇପାରିବ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ଫେବୃୟାରୀ ୧୩ରେ ସରୋଜିନୀ ନାଇଡୁଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ମହିଳା ଦିବସରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସଭିଏଁ ଯୋଗଦେବା ଲାଗି ସେ ଅନୁରୋଧ ମଧ୍ୟ କରିଛନ୍ତି। ଏହା ସହିତ ଅଖିଳେଶ ମହିଳାଙ୍କର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସମାଲୋଚନା କରି ଏହାର ସମାଧାନ ହେଉ ନ ଥିବା ଟୁଇଟରରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ୨୦୧୪ଠାରୁ ସରୋଜିନୀ ନାଇଡୁଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଉଛି।

Share