Categories: ଜାତୀୟ

ଓନମ: ଦୋଳିରେ ଝୁଲିଲେ ଶଶି ଥରୁର

ନୂଆଦିଲ୍ଲୀ,୨୧ ।୮: କେରଳରେ ପାଳନ କରାଯାଇଛି ହର୍ଷୋଲ୍ଲାସର ପର୍ବ ଓନମ । ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶଶି ଥରୁୁର ପାରମ୍ପାରିକ ଦୋଳିରେ ଝୁଲି ପର୍ବର ଆନନ୍ଦ ନେଇଛନ୍ତି । କେରଳରେ ଏହି ପର୍ବ ଏକ ବିଶେଷ ପର୍ବ ହୋଇଥିବା ବେଳେ ଏଥିରେ ଦୋଳି ଖେଳିବାର ପରମ୍ପରା ରହିଛି । ୧୦ ଦିନ ଧରି ଚାଲୁଥିବା ଏହି ପର୍ବ ମାଲାୟଲମର ନୂଆ ବର୍ଷ କୋଲ୍ଲା ବର୍ଷମକୁ ସ୍ୱାଗତ କରିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓନମ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ଶଶି ଥରୁର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଲାଲ କୁର୍ତ୍ତା ଓ ଧୋତି ପିନ୍ଧିଥିବା ଏହି କଂଗ୍ରେସ ନେତା ଦୋଳିରେ ଝୁଲୁଥିବା ଦେଖିବାକୁ ମିଳିଛି । ଏହାସହ ସେ ମଥାରେ ଚନ୍ଦନ ଲଗାଇ ଦୋଳିରେ ଝୁଲୁଛନ୍ତି । ୩୦ ସେକେଣ୍ଡର ଏହି ଭିଡିଓଟିକୁ ଶେୟାର କରି ଥରୁର ଲେଖିଛନ୍ତି, ଓନମରେ ଦୋଳିରେ ଝୁଲିବାର ପରମ୍ପରା ରହିଛି । ସାଧାରଣତଃ ଝିଅମାନେ ଏହାର ମଜା ନିଅନ୍ତି । ହେଲେ ଏଥର ମୋତେ କେତେଜଣ ଦୋଳିରେ ବସିବାକୁ ଅନୁରୋଧ କଲେ । ଆପଣମାନଙ୍କୁ ଓନମର ଶୁଭକାମନା ।

Share