ସେହି ପ୍ରେମ, ସେହି କଥା…ପୁଣି ଥରେ ଧମାଲ ମଚାଇବ ‘ଗଦର’ ଏକ ପ୍ରେମ କଥା

ମୁମ୍ବାଇ: ତାରା ସିଂ ଏବଂ ସକିନାଙ୍କ ପ୍ରେମ କାହାଣୀ ପୁଣି ଥରେ ବକ୍ସ ଅଫିସରେ ଧମାଲ ମଚାଇବାକୁ ଆସୁଛି। ସନି ଦେଓଲଙ୍କ ଅଭିନୀତ ‘ଗଦର’ ଏକ ପ୍ରେମ କଥା ପୁଣିଥରେ ସିନେମା ହଲରେ ଜୁନ୍‌ ୯ରେ ରିଲିଜ୍‌ ହେବ। ଏଥିସହ ଏହି ଫିଲ୍ମର ପାର୍ଟ ୨ ଅର୍ଥାତ୍‌ ‘ଗଦର-୨’ ଅଗଷ୍ଟ ୧୧ରେ ମୁକ୍ତିଲାଗ କରିବ।

ଏନେଇ ସନି ଦେଓଲ ତାଙ୍କର ସୋସିଆଲ ମିଡିଆ ପେଜ୍‌ରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୨ ବର୍ଷ ପରେ ‘ଗଦର’ ପୁଣି ଏକ ସିକ୍ୱେଲ ସହିତ ରିଲିଜ ହେବାକୁ ଯାଉଛି। ଅନୀଲ ଶର୍ମାଙ୍କ ଏହି ଫିଲ୍ମରେ ଗଦର ପ୍ରଥମ ଫିଲ୍ମ ଭଳି ସେହି ପ୍ରେମ, ସେହି କଥା କିନ୍ତୁ ଅଲଗା ଅନୁଭବ ଭରି ରହିଛି ବୋଲି ସନି କହିଛନ୍ତି। ଏଥସହ ଫିଲ୍ମର ଟ୍ରେଲର ଶୁକ୍ରବାର ଅର୍ଥାତ୍‌ ଆଜି ରିଲିଜ୍‌ ହେବାକୁ ଯାଉଛି ବୋଲି ସନି କହିଛନ୍ତି। ଫ୍ୟାନ୍ସ ଏହି ଫିଲ୍ମର ଝଲକ ପାଇବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

Share