ପୁଣିଥରେ ଭାରତରେ ଶୁଣିବାକୁ ମିଳିବ ଧୋନି…ଧୋନି…ଧୋନି

ମୁମ୍ବାଇ: ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତ ଓ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ସିନେମା ହଲରେ ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ ‘ଏମ ଏସ ଧୋନି ଦ ଅନଟୋଲ୍ଟ ଷ୍ଟୋରି’ ରିଲିଜ ହେବାକୁ ଯାଉଛି। ୨୦୧୬ରେ ଏହି ମୁଭିକୁ ରିଲିଜ କରାଯାଇଥିଲା। ସେତେବେଳେ ଦର୍ଶକେ ଏହାକୁ ଖୁବ ପସନ୍ଦ କରିଥିଲେ। ଏବେ ମେକର୍ସ ଫିଲ୍ମଟିକୁ ପୁଣିଥରେ ସିନେମା ହଲରେ ରିଲିଜ କରିବାକୁ ଚିନ୍ତା କରିଛନ୍ତି।
ଷ୍ଟାର ଷ୍ଟୁଡିଓ ଏହାକୁ ନେଇ ତା’ର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଟୁଇଟ କରିଛି। ଏଥିରେ ସୂଚନା ଦିଆଯାଇଛି କି ସୁଶାନ୍ତ ସିଂ ରାଜପୁତଙ୍କ ଷ୍ଟାରର ମୁଭି ‘ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରି’ ପୁଣିଥରେ ବଡ ପରଦାରେ ରିଲିଜ କରାଯିବ। ଷ୍ଟାର ଷ୍ଟୁଡିଓ ଲେଖିଛି, ‘ ଯେତେବେଳେ ମାହି ପୁଣିଥରେ ପିଚକୁ ଆସିବେ, ପୁରା ଇଣ୍ଡିଆ କେବଳ ଧୋନି ଧୋନି ଧୋନି ଚିଲ୍ଲାଇବ’। ଏହାସହ ମୁଭିର ରିଲିଜ ଡେଟ ସମ୍ପର୍କରେ ବି ସୂଚନା ଦିଆଯାଇଛି। ମୁଭି ‘ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରି’ ୧୨ ମେ ୨୦୨୩ରେ ସିନେମା ହଲରେ ରିଲିଜ ହେବ।
‘ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରି’ରେ ମହେନ୍ଦ୍ର ସିଂ ଧୋନିଙ୍କ ଲାଇଫ ଓ ତାଙ୍କ କ୍ରିକେଟ ଜର୍ନିଂକୁ ଖୁବ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି। ପିଲାଦିନରୁ ଧୋନିଙ୍କର କ୍ରିକେଟ ପ୍ରତି ଥିବା ଭଲପାଇବା ଓ ପରେ ରେଲଓ୍ବେ ଚାକିରିକୁ ନିଖୁଣ ଭାବେ ଦେଖାଯାଇଛି।

Share