Categories: ଜାତୀୟ

ପୁଣି ଥରେ ହେବ ଭାରତ-ଚାଇନା ସୀମା ବିବାଦ ଆଲୋଚନା…

ନୂଆଦିଲ୍ଲୀ,୨୧।୧୦: ସୀମା ବିବାଦକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ବିବାଦର ସମାପ୍ତି ଏପର୍ଯ୍ୟନ୍ତ ହୋଉନାହିଁ। ତେବେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ପୁଣି ଥରେ ଉଦ୍ୟମ କରିବାକୁ ଯାଉଛନ୍ତିି। ୧୩ତମ ରାଉଣ୍ଡ ଆଲୋଚନା ବିଫଳ ହେବା ପରେ ଭାରତ ଏବଂ ଚାଇନା ପୁଣି ଥରେ ସାକ୍ଷାତ କରିବାକୁ ରାଜି ହୋଇଛନ୍ତି।

ଅକ୍ଟୋବର ୧୦ରେ ବରିଷ୍ଠ କମାଣ୍ଡରସ୍ତରୀୟ ବୈଠକ ବିଫଳ ହୋଇଥିଲା। ଚଳିତ ମାସରେ ସୀମା ପ୍ରସଙ୍ଗରେ ୱାର୍କିଂ ମେକାନିଜିମ ଫର୍‌ କନ୍ସଲ୍ଟିଂ ଆଣ୍ଡ କୋଡିନେସନ (ଡବ୍ଲୁଏମ୍ସିସି) ର ଆଉ ଏକ ବଠକ କରିବାକୁ ଭାରତ ଏବଂ ଚାଇନା ରାଜି ହୋଇଛନ୍ତି। ତେବେ ବୈଠକର ତାରିଖ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ।

ନୂଆଦିଲ୍ଲୀ ଏବଂ ବେଜିଂରେ ଅବସ୍ଥାପିତ ଅଧିକାରୀଙ୍କ କହିବାନୁସାରେ, ପିପୁଲ୍ସ ଲିବରେସନ ଆର୍ମିର ଜିଦ୍‌ଖୋର ମନୋଭାବ ଯୋଗୁଁ, ଡେମସୋକରେ ଭାରତୀୟ ସେନା ପାଇଁ ପାଟ୍ରୋଲିଂ ଅଧିକାରକୁ ପୁନଃ ସ୍ଥାପିତ କରିବା ପାଇଁ ଆଳୋଚନା କରାଯିବ। ବୈଠକରେ ଲଦାଖର ହଟ ସ୍ପ୍ରିଙ୍ଗ୍ସ ଅଞ୍ଚଳରେ ପାଟ୍ରୋଲିଂ ପଏଣ୍ଟ ୧୫ (ପିପି ୧୫) ରେ ଭାରତ ଏବଂ ଚାଇନା ମୁହାମୁହିଁ ହୋଇଛନ୍ତି। ଏହାର ସମାଧାନ ପାଇଁ ପ୍ରୟାସ କରାଯିବ।

ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ବୈଠକରେ ଭାରତୀୟ ଦଳ ଅବଶିଷ୍ଟ ଅଞ୍ଚଳର ସମାଧାନ ପାଇଁ ଗଠନମୂଳକ ପରାମର୍ଶ ଦେଇଛନ୍ତି, କିନ୍ତୁ ଚାଇନା ଦଳ ଏହାକୁ ଗ୍ରହଣ କରି ନାହିଁ ଏବଂ ସେମାନଙ୍କ ପକ୍ଷରୁ କୌଣସି ଆଗାମୀ ପ୍ରସ୍ତାବ ମଧ୍ୟ ଦିଆଯାଇ ନାହିଁ। ଏଥି ସହିତ ଚାଇନା ପିଏଲ୍‌ଏର ୱେଷ୍ଟର୍ଣ୍ଣ କମାଣ୍ଡର ମୁଖପାତ୍ର ଲୋଙ୍ଗ ଶାଓହୁଆ କହିଛନ୍ତି ଯେ ଅଯୌକ୍ତିକ ତଥା ଅବାସ୍ତବ ଦାବି ଭାରତୀୟ ଦଳ ଜାରି ରଖିଛନ୍ତି। ଯାହା ଦ୍ୱାରା ବୁଝାାମଣାକୁ କଷ୍ଟସାଧ୍ୟ ହେଉିଛି।

ଭାରତ ଦାବି କରିଛି ଯେ ଚାଇନା ଉତ୍ତରରେ ଅବସ୍ଥିତ ଡେପସଙ୍ଗ ତରାଇରେ ନିଜର ପାଞ୍ଚଟି ପାଟ୍ରୋଲିଂ ପଏଣ୍ଟକୁ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ। ଡେପସଙ୍ଗ ତରାଇ ଭାରତୀୟ ବାୟୁସେନାର ବୌଲତ ବେଗ ଓଲ୍ଡି ବିମାନବନ୍ଦର ନିକଟରେ ଅବସ୍ଥିତ, ତେଣୁ ଏହା ଭାରତ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ବୋଲି ଭାରତୀୟ ଦଳ ପକ୍ଷରୁ କୁହାଯାଇଛି।

Share