ବିବାହ କଲେ ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’, ସାଧାରଣ ପରିବାରରୁ ଆସିଥିବା ଯୁବତୀଙ୍କୁ ଦେଇ ବସିଲେ ମନ

ବ୍ରୁନେଇ,୧୨।୧: ଏସିଆର ‘ମୋଷ୍ଟ ଏଲିଜିବୁଲ ବ୍ୟାଚଲର’ ବା ସବୁଠାରୁ ଯୋଗ୍ୟ କୁଆଁରା ଜଣେ ସାଧାରଣ ମହିଳା ପାଖରେ ହୃଦୟ ହାରିଛନ୍ତି। ଏହି ଏଲିଜିବୁଲ ବ୍ୟାଚଲର ଆଉ ବ୍ୟାଚଲର ହୋଇ ରହି ନାହାନ୍ତି ସେ ଏବେ ବିବାହ କରି ମ୍ୟାରିଡ ଲିଷ୍ଟରେ ଏଣ୍ଟ୍ରି କରିଛନ୍ତି। କ’ଣ ଆପଣ ଆମ ଦେଶର ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ବିଷୟରେ ଭାବି ଦେଇଛନ୍ତି କି? ସେ ନୁହେଁ। ତାଙ୍କ ପରେ ଆଉ ଜଣେ ଅଛନ୍ତି ଯିଏ କି, ଏସିଆର ମୋଷ୍ଟ ଏଲିଜିବୁଲ ବ୍ୟାଚଲର। ଆମେ କହୁଛୁ, ବୋରନେଓ ଦ୍ୱୀପର ଏକ ଛୋଟ ଦେଶ ବ୍ରୁନେଇର ରାଜକୁମାର ଅବଦୁଲ ମ୍ୟାଟେନଙ୍କ ବିଷୟରେ।

ବ୍ରୁନେଇର ରାଜଧାନୀ ବନ୍ଦର ସେରି ବେଗାଓ୍ବାନର ଏକ ମସଜିଦରେ ମ୍ୟାଟେନ ତାଙ୍କ ଫିଅନ୍ସେଙ୍କୁ ବିବାହ କରିଛନ୍ତି। ରାଜକୁମାରଙ୍କ ବିବାହ ପରେ ଗୁରୁବାର ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା। ଯେଉଁଥିରେ ସେ ୨୯ବର୍ଷିୟା ଅନିଶା ରୋଶନା ଇସା କାଲେବିକଙ୍କୁ ରୀତିନୀତିରେ ବିବାହ କରିଛନ୍ତି। ଏହି ଭବ୍ୟ ରାଜକୀୟ ବିବାହ ସମାରୋହ ଜାନୁଆରୀ ୧୬ରେ ଶେଷ ହେବ।

୩୨ବର୍ଷିୟ ରାଜକୁମାର ଅବଦୁଲ ନିଜର ବିଭିନ୍ନ ପ୍ରକାର ସଉକକୁ ନେଇ ଲୋକପ୍ରିୟ ଅଟନ୍ତି। ପୋଲୋ ଖେଳରେ ନିଜର ବିଭିନ୍ନ କୌଶଳ ଦେଖେଇବା ସହ ଏକ ପ୍ରଶିକ୍ଷକ ହେଲିକପ୍ଟର ପାଇଲଟ ମଧ୍ୟ ଅଟନ୍ତି। ସୋସିଆଲ ମିଡିଆରେ ତାଙ୍କର ଖୁବ୍‌ ଫ୍ୟାନ ଫଲୋଉଇଙ୍ଗ ଅଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨୫ଲକ୍ଷ ଫଲୋଅର୍ସ ଥିବାବେଳେ ତାଙ୍କର ଗୋଟିଏ ପୋଷ୍ଟରେ ଯୁବତୀମାନେ ବିଭିନ୍ନ ପ୍ରକାର କମେଣ୍ଟସ ଦେଇଥାନ୍ତି।
ମ୍ୟାଟିନଙ୍କ ସ୍ତ୍ରୀ ଇସା, ସୁଲତାନଙ୍କ ବିଶେଷ ପରାମର୍ଶଦାତା ତଥା ରୋୟାଲ ବ୍ରୁନେଇ ଏଆରଲାଇନ୍ସ ଅଧ୍ୟକ୍ଷଙ୍କର ନାତୁଣୀ ଅଟନ୍ତି। ଇସା କଥିତ ରୂପେ ସିଲ୍କ କଲୋକ୍ଟିଭ ନାମକ ଏକ ଫ୍ୟାଶନ ବ୍ରାଣ୍ଡ ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri