ପର୍ନ ଇଣ୍ଡଷ୍ଟ୍ରିରୁ ବଲିଉଡ୍ରେ ପାଦ ଦେଇଥିବା ସନ୍ନି ଲିଓନିଙ୍କୁ ଦେଖିବା ପାଇଁ ଥରେ ଏତେ ସଂଖ୍ୟାରେ ଲୋକେ ଭିଡ଼ ଜମାଇଥିଲେ ଯେ, ପୋଲିସକୁ ବାଧ୍ୟ ହୋଇ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।
ଏହି ଘଟଣାଟି ୨୦୧୭ରେ କରେଳର ରାଜଧାନୀ କୋଚିଠାରେ ଘଟିଥିଲା । ଫୋନର ଏକ ଶୋ ରୁମର ଉଦ୍ଘାଟନ କରିବା ପାଇଁ ଯାଇଥିଲେ ବଲିଉଡର ଏହି ଅଭିନେତ୍ରୀ। ଏହି ଖବର ପ୍ରଚାର ହେବା ପରେ ଏମ୍ଜି ରୋଡ୍ରେ ହଜାର ହଜାର ସଂଖ୍ୟାରେ ଲୋକେ ଏକତ୍ରିତ ହୋଇଥିଲେ। କିଛି ଲୋକ ରାସ୍ତାରେ ଛିଡ଼ା ହୋଇଥିବା ଗାଡ଼ି, ଆଖପାଖ ଘର, ବିଭିନ୍ନ ଅଫିସ ଓ ଏଟିଏମ୍ ଛାତରେ ଚଢ଼ିଯାଇଥିଲେ। ପରିସ୍ଥିତି ଏତେ ଅସମ୍ଭାଳ ଥିଲା ଯେ, ପୋଲିସକୁ ବାଧ୍ୟ ହୋଇ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।