ଦିନେ ଓଡ଼ିଶାରେ ଭାଜପାକୁ ସାଇନ୍‌ବୋର୍ଡ ପାର୍ଟି କୁହାଯାଉଥିଲା,ଆଉ ଏବେ…

ଭୁବନେଶ୍ୱର, ୨୬ା୧୨(ସୁନିତ୍‌ ମିଶ୍ର):ସମୟ ଥିଲା ଦିନେ ଓଡ଼ିଶାରେ ଭାଜପାକୁ  ସାଇନ୍‌ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା। କିନ୍ତୁ ଏବେ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ ସରକାର ଚାଲିଛି। ରାଜ୍ୟରେ ଏବେ ନିର୍ବାଚନୀ ସଂକଳ୍ପପତ୍ର ଘୋଷଣାକୁ ପୂରଣ କରାଯାଉଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ପାଇଁ ଭିଜନ-୨୦୩୬ ଲକ୍ଷ୍ୟକୁ ଲୋକଙ୍କ ପାଖରେ ସରକାର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିା ଭାଜପା ରାଜ୍ୟ କାର୍ଯ୍ୟାଳୟ ପରିସରରେ ବୁଧବାର ସ୍ବର୍ଗତ ବାଜପେୟୀଙ୍କ ୧୦୦ତମ ଜନ୍ମଦିବସ ପାଳନ ଅବସରରେ ‘ଅଟଳ ସମ୍ମାନ-୨୦୨୪’ କାର୍ଯ୍ୟକ୍ରମ ଆୟୋଜନ ସହ ସୁଶାସନ ଦିବସ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବଗତଃ ଅଟଳ ବିହାରୀ ବାଜପେୟୀ ଆମ ଭାରତୀୟଙ୍କ ପାଇଁ ସର୍ବଦା ଆଦର୍ଶ ପୁରୁଷ ଓ ପ୍ରେରଣାର ଉତ୍ସ ହୋଇ ରହିବେ। ନିଜର ବ୍ୟକ୍ତିତ୍ୱ ବଳରେ ବିରୋଧୀଙ୍କୁ ବାଜପେୟୀ ଆକର୍ଷିତ କରିପାରୁଥିଲେ। ଏନ୍‌ଡିଏ ମେଣ୍ଟ ଗଠନକରି ସୁଶାସନ ଦେଇ ଉଦାହରଣ ସୃଷ୍ଟି କରିଥିଲେ। ସେଥିପାଇଁ ଅଟଳଜୀଙ୍କୁ ଅଜାତଶତୁ୍ର ବୋଲି କୁହାଯାଉଥିଲା। ତାଙ୍କ ନୀତି ଓ ଆଦର୍ଶକୁ ଆଧାରକରି ବର୍ତ୍ତମାନ ଭାଜପା ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ଛିଡ଼ା ହୋଇଛି।
ସୁଶାସକ ରୂପେ ଅଟଳଜୀ ନିଜକୁ ପ୍ରତିଷ୍ଠିତ କରାଇବାରେ ସଫଳ ହୋଇଥିବାବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ଧାରାକୁ ଆଗକୁ ବଢ଼ାଇ ଚାଲିଛନ୍ତି ା ଦେଶର ୨୦ଟି ରାଜ୍ୟରେ ଭାଜପା ନେତୃତ୍ୱାଧୀନ ସରକାର ଗଠନ ହୋଇପାରିଛି ବୋଲି ମୋହନ କହିଛନ୍ତି।
ଏହି ଅବସରରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ ସରକାର ସମୟରେ ଯେଉଁ ଭାଜପାକୁ ତାତ୍ସଲ୍ୟ କରାଯାଇଥିଲା, ଏବେ ସେହି ପାର୍ଟି ବିଶ୍ୱର ସର୍ବବୃହତ୍‌ ଦଳର ମର୍ଯ୍ୟାଦା ଲାଭ କରିଛି। ବାଜପେୟୀଙ୍କ ନେତୃତ୍ୱରେ ସୁଶାସନ କାହାକୁ କୁହାଯାଏ, ତାହା ପୂରା ବିଶ୍ୱ ଦେଖିଲା। ଅଟଳଜୀଙ୍କ ପ୍ରେରଣାକୁ ପାଥେୟକରି ଓଡ଼ିଶାକୁ ଭାରତବର୍ଷର ଶ୍ରେଷ୍ଠ ଓ ସମୃଦ୍ଧଶୀଳ ରାଜ୍ୟ ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ ବୋଲି ସାମଲ କହିଛନ୍ତି। ବାଜପେୟୀଙ୍କ ମାର୍ଗରେ ଆମେ ସମସ୍ତେ ଆଗକୁ ବଢ଼ିବା ଆବଶ୍ୟକ ବୋଲି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର କହିଛନ୍ତି। ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ସ୍ବର୍ଗତ ବାଜପେୟୀ ଓଡ଼ିଶାବାସୀଙ୍କୁ ଅନ୍ତରର ସହ ଭଲ ପାଉଥିଲେ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସବୁ ଜାଗାରେ ପ୍ରଶଂସିତ ହେଉଛି ଏବଂ ଏହାର ପ୍ରରିକଳ୍ପନା ସ୍ବର୍ଗତ ବାଜପେୟୀ କରିଥିଲେ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ଅଟଳଜୀଙ୍କ ଜୀବନୀ ଉପରେ ଆଧାରିତ ପ୍ରଦର୍ଶନୀ ଏବଂ ବାଜପେୟୀଙ୍କ ବାଲୁକାକୃତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନମୋହନ ସାମଲ, ବିଜୟପାଲ ସିଂହ ତୋମାର, ସମୀର ମହାନ୍ତି ପ୍ରମୁଖ ଉଦ୍‌ଘାଟନ କରିଛନ୍ତି। ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଭାଜପା ରାଜ୍ୟ ସଭାପତି ବିମ୍ବାଧର କୁଅଁରଙ୍କୁ ୯ମ ‘ଅଟଳ ସମ୍ମାନ-୨୦୨୪’ରେ ସମ୍ମାନିତ କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌

ଝାରସୁଗୁଡ଼ା,୨୧।୪: ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ଏକ STF ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ମୁର୍ଶିଦାବାଦ ଦଙ୍ଗା ଘଟଣାରେ STF ଟିମ୍‌ ଏହି ଛାନଭିନ୍‌ କରୁଥିବା ସୂଚନା...

କିଏ ହେବେ ପୋପ ଫ୍ରାନ୍ସିସଙ୍କ ଉତ୍ତରାଧିକାରୀ: ଆଗରେ ଅଛି ଏମାନଙ୍କ ନାଁ

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ଘଟିଛି। ଭାଟିକାନ ସିଟି ଅନୁଯାୟୀ, ପୋପ ସୋମବାର ସ୍ଥାନୀୟ ସମୟ...

Viral Video: ବିବାହରେ ବରବଧୂଙ୍କୁ ବନ୍ଧୁମାନେ ଉପହାରରେ ଦେଲେ ‘ନୀଳ ଡ୍ରମ’, ପରେ ଯାହା ହେଲା ଦେଖିଲେ…

ଉତ୍ତର ପ୍ରଦେଶର ହମିରପୁରରେ ଏକ ନବ ବିବାହିତ ଦମ୍ପତିଙ୍କୁ ବିବାହ ମଞ୍ଚରେ ସେମାନଙ୍କ ବନ୍ଧୁମାନେ ଏକ ନୀଳ ଡ୍ରମ ଉପହାର ଦେଇଥିଲେ। ଏହି ଭିଡିଓ ଆଜିକାଲି...

୩ ସପ୍ତାହରେ ପ୍ରାୟ ୬,୨୦୦ ଟଙ୍କା ମହଙ୍ଗା ହେଲା ସୁନା, ଏବେର ଦାମ୍‌ ଜାଣିଲେ ଉଡିବ ହୋସ

ନୂଆଦିଲ୍ଲୀ,୨୧।୪: ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଦର। ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି।...

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ, ଏସପି: ସହାୟତା କଲେ ପ୍ରଦାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗରରେ ସୋମବାର ଜିଲାସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ...

ପୂରଣ ହେବ କି ପୋପ ଫ୍ରାନ୍ସିସଙ୍କ ଶେଷ ଇଚ୍ଛା: ଜାଣନ୍ତୁ କ’ଣ ଥିଲା

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଦେହାନ୍ତ, ଯାହା ସାରା ବିଶ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାୟା ଖେଳାଇ...

କେବଳ ଜଣେ ଖେଳାଳିଙ୍କୁ ପ୍ରମୋଶନ ଦେଲା BCCI, କିଏ ସେ ଭାଗ୍ୟଶାଳୀ?

ନୂଆଦିଲ୍ଲୀ,୨୧।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ୨୦୨୪-୨୫ ସିଜିନ ପାଇଁ ଏହାର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସାମିଲ କରିଛି।...

ପୋପ ଫ୍ରାନ୍ସିସ କିଏ? ଯିଏ ଶରଣାର୍ଥୀଙ୍କ ପାଦ ଧୋଇ କରିଥିଲେ ସେବା

ଭାଟିକାନ୍‌ ସିଟି,୨୧।୪:ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି ଗୁରୁତର ଅସୁସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image