ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କୁ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ । ବର୍ତ୍ତମାନ ତାଙ୍କ ‘ଡାଏଲ ୧୦୦’ ଚର୍ଚ୍ଚାରେ ରହିଛି। ଏକଦା ଝିଅଙ୍କ ୱାଶରୁମରେ ଲୁଚିଥିଲେ ମନୋଜ। କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ସାକ୍ଷାତକାରରେ ମନୋଜ କହିଥିଲେ, ମୁଁ ମହିଳା କଲେଜ ଯିବାକୁ ଲାଜ କରୁଥିିଲି। ତେଣୁ ମୁଁ କିଛି ଝିଅ ସାଙ୍ଗଙ୍କୁ କଲେଜ ଗେଟ ପାଖରେ ଅପେକ୍ଷା କରିବାକୁ କହୁଥିଲି। ଦିନେ ମୁଁ ଝିଅମାନଙ୍କ ୱାଶରୁମକୁ ଚାଲିଯାଇଥିଲି ଏବଂ ମୁଁ ସେଠାରେ ଥିବାବେଳେ କିଛି ଝିଅ ୱାଶରୁମକୁ ଚାଲିଆସିଲେ, ସେମାନେ ସେଠାରୁ ଯାଉ ନ ଥିଲେ ତେଣୁ ମୁଁ ସେଠାରେ କୌଣସି ଉପାୟ ନ ପାଇ ଲୁଚି ଯାଇଥିଲି।