ଥରେ ଇଏ, ଥରେ ସିଏ

୨୦୨୩ ପ୍ରାରମ୍ଭରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଗ୍ରୁପ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ଭାରତୀୟ ପୁଞ୍ଜିବଜାର ଦୋହଲିଯାଇଥିଲା। ନିଜ ଷ୍ଟକ୍‌ ଓ ଆକାଉଣ୍ଟ୍‌ସରେ ଦୀର୍ଘବର୍ଷ ଧରି ଆଦାନୀ ଗ୍ରୁପ୍‌ ବ୍ୟାପକ ହେରଫେର କରିଥିବା ବିଷୟ ପ୍ରଘଟ ହେବା ପରେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଥିବା ଗୌତମ ଆଦାନୀ ୭ମ ସ୍ଥାନକୁ ଖସି ଯାଇଥିଲେ। ଆଦାନୀ ଗ୍ରୁପ୍‌ ପ୍ରତିଷ୍ଠାତା ଗୌତମ ଆଦାନୀ ଜାଣିଶୁଣି ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ୩ ବର୍ଷ ମଧ୍ୟରେ ୧୨୦ ବିଲିୟନ୍‌ ଡଲାର ଠୁଳ କରିଥିଲେ ବୋଲି ରିପୋର୍ଟ ଦର୍ଶାଇଥିଲା। ହିଣ୍ଡେନବର୍ଗର ଗୋଟିଏ ରିପୋର୍ଟ ଆଦାନୀଙ୍କ ବାସ୍ତବ ରୂପକୁ ପଦାରେ ପକାଇଦେଇଥିଲା। ଏହା ଏକ ବିରାଟକାୟ ଆର୍ଥିକ ଠକାମି। ଏହି ରିପୋର୍ଟରେ ଭାରତବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ସମୟରେ ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ହୋଇଥିଲା। ସେତେବେଳେ ସୁପ୍ରିମକୋର୍ଟ ଆଦାନୀ ଅର୍ଥ ହେରଫେରର ପୁନର୍ବିଚାରକୁ ଅସ୍ବୀକାର କରିବା ଫଳରେ ଦେଶବ୍ୟାପୀ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ, ସୁପ୍ରିମକୋର୍ଟ ସରକାରଙ୍କ ସହ ହାତ ମିଳାଇ ଦେଇଛନ୍ତି। ଏବେ ୮ ଜାନୁଆରୀରେ ଗୋଧ୍ରା ଦଙ୍ଗା ପୀଡ଼ିତା ବିଲ୍‌କିସ ବାନୋଙ୍କ ମାମଲାରେ ୧୧ ଜଣ ଦୋଷୀଙ୍କୁ ଗୁଜରାଟ ସରକାର ଜେଲରୁ ମୁକ୍ତ କରିବା ବିରୋଧରେ ଦାଖଲ ପିଟିଶନର ବିଚାର କରି ଶୀର୍ଷ ଅଦାଲତ ଯେଉଁ ଭିନ୍ନ ରାୟ ଦେଇଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ଉଲ୍ଲେଖନୀୟ ଯେ, ବିଲ୍‌କିସଙ୍କ ଗଣବଳାତ୍କାର ଓ ତାଙ୍କ ପରିବାରର ୭ଜଣଙ୍କ ହତ୍ୟା ଘଟଣାରେ ୧୧ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ତେବେ ଏକ ସରକାରୀ ଆଦେଶ ବଳରେ ଗୁଜରାଟ ସରକାର ୧୫ ଅଗଷ୍ଟ ୨୦୨୨ରେ ସେମାନଙ୍କୁ ଗୋଧ୍ରା ସବ୍‌ଜେଲରୁ ମୁକ୍ତ କରିଥିଲେ। ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଦେଶ ସ୍ବାଧୀନତାର ୭୫ତମ ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ଦୋଷୀମାନଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। କେବଳ ଏତିକି ନୁହେଁ ଜେଲରୁ ମୁକ୍ତ କରାଯାଇଥିବା ଦୋଷୀଙ୍କୁ ଫୁଲମାଳ ପନ୍ଧାଇ ମିଠା ଖୁଆଇବା ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହି ସମୟରେ ଗୋଧ୍ରାର ଭାଜପା ବିଧାୟକ ସେମାନଙ୍କ ମୁକ୍ତି ସପକ୍ଷରେ ଯୁକ୍ତି ମଧ୍ୟ ବାଢ଼ିଥିଲେ। ଗୁଜରାଟ ସରକାରଙ୍କ ଏଭଳି ପଦକ୍ଷେପକୁ କେନ୍ଦ୍ରକରି ସେତେବେଳେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଯେ, ସରକାର କିଭଳି ଏହି ଜଘନ୍ୟ ବଳାତ୍କାରୀ ଓ ହତ୍ୟାକାରୀଙ୍କୁ ସହଜରେ ଛାଡ଼ି ଦେଉଛନ୍ତି। ବଡ଼ କର୍ପୋରେଟ ଠକେଇ କରି ଖସିଯିବା ଗୋଟିଏ ସ୍ତରର, ଗୋଟିଏ ପ୍ରକାର ଅପରାଧ। କିନ୍ତୁ ସମାଜକୁ ପ୍ରଭାବିତ କରୁଥିବା ହତ୍ୟା, ବଳାତ୍କାର ଭଳି ଅପରାଧରେ ଜଡ଼ିତ ଅପରାଧୀଙ୍କୁ ଯଦି ଦଣ୍ଡମୁକ୍ତ କରାଯାଏ ତେବେ ତାହା ତଳସ୍ତରରେ ବିପଜ୍ଜନକ ବାର୍ତ୍ତାଦିଏ। ସେ ଦୃଷ୍ଟିରୁ ବିଚାର କଲେ ବିଲ୍‌କିସ ମାମଲାରେ ସୁପ୍ରିମକୋର୍ଟ ୧୧ ଜଣ ଦୋଷୀଙ୍କୁ ପୁନର୍ବାର ଜେଲ ପଠାଇବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
୨୨ ବର୍ଷ ପୂର୍ବର ଗୁଜରାଟ ଦଙ୍ଗା ଇତିହାସକୁ ଲକ୍ଷ୍ୟ କଲେ ସବୁଠୁ ବର୍ବର ଆକ୍ରମଣ ହୋଇଥିଲା ବିଲ୍‌କିସ ବାନୋ ଓ ତାଙ୍କ ପରିବାର ଉପରେ। କିନ୍ତୁ ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟାରେ ଏହି ମାମଲା ବନ୍ଦ କରିବାକୁ କୋର୍ଟରେ ପୋଲିସ ରିପୋର୍ଟ ଦାଖଲ କରିବା ପରେ ବିଲ୍‌କିସ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ତାହାକୁ ମୁମ୍ବାଇ କୋର୍ଟକୁ ସ୍ଥାନାନ୍ତର କରିଥିଲେ। ଗ୍ରେଟର ମୁମ୍ବାଇ କୋର୍ଟ ସିବିଆଇ ଚାର୍ଜଶିଟରେ ଥିବା ୨୦ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଏହି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ପରେ ୨୦୧୭ରେ ମୁମ୍ବାଇ ହାଇକୋର୍ଟ ଏମାନଙ୍କ ଦଣ୍ଡାଦେଶକୁ କାଏମ ରଖିଲେ। କିନ୍ତୁ ୨୦୨୨ରେ ଏହି ଦୋଷୀମାନଙ୍କୁ ସରକାରୀ ଆଦେଶ କ୍ରମେ ମୁକ୍ତ କରାଯିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ବିଲ୍‌କିସ ପିଟିଶନ ଦାଖଲ କରିଥିଲେ। ଏହାର ବିଚାର କରି ସୁପ୍ରିମକୋର୍ଟ ଦୋଷୀମାନଙ୍କୁ ପୁଣି ଜେଲ ପଠାଇଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ସେମାନେ ଜେଲରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦେଖିବାକୁ ଗଲେ ଆଇନର ଶାସନକୁ ଭରସା କରି ତିଷ୍ଠି ରହିଥିବା ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ଦୋଷୀମାନଙ୍କୁ ଏଭଳି ମୁକ୍ତ କରାଯିବା କେବେ ଶୁଣାଯାଇନାହିଁ। ତେବେ ଏତିକି କୁହାଯାଇପାରେ, କୋର୍ଟଙ୍କ ରାୟକୁ ସରକାରୀ ସ୍ତରରେ ବଦଳାଇବା ଏବଂ ସୁପ୍ରିମକୋର୍ଟ ସେହି କଥାକୁ ଓଲଟାଇବା ଫଳରେ ପୁଣି ଗୋଟିଏ ବିଶ୍ୱାସ ଉପୁଜିଛି ଯେ, ସମ୍ପୂର୍ଣ୍ଣ ଭାବେ ସବୁ ଜିନିଷ ଶେଷ ହୋଇନାହିଁ। ଏହି ରାୟରୁ ମଧ୍ୟ ସ୍ପଷ୍ଟ ହୋଇଛି ଯେ,ନ୍ୟାୟିକ ବ୍ୟବସ୍ଥାରେ ଧର୍ମ ସମ୍ପ୍ରଦାୟ ଭିତ୍ତିକ ପକ୍ଷପାତର ସ୍ଥାନ ନାହିଁ। ଏବେ ମଧ୍ୟ ନ୍ୟାୟିକ ପ୍ରକିୟା ଉପରେ ଅସ୍ଥା ରହିଛି। ଯାହା ଲାଗୁଛି ଆସନ୍ତା ଦିନରେ ଥରେ ଇଏ, ଥରେ ସିଏ କରିବେ।

ଏତିକି କୁହାଯାଇପାରେ, କୋର୍ଟଙ୍କ ରାୟକୁ ସରକାରୀ ସ୍ତରରେ ବଦଳାଇବା ଏବଂ ସୁପ୍ରିମକୋର୍ଟ ସେହି କଥାକୁ ଓଲଟାଇବା ଫଳରେ ପୁଣି ଗୋଟିଏ ବିଶ୍ୱାସ ଉପୁଜିଛି ଯେ, ସମ୍ପୂର୍ଣ୍ଣ ଭାବେ ସବୁ ଜିନିଷ ଶେଷ ହୋଇନାହିଁ। ଏହି ରାୟରୁ ମଧ୍ୟ ସ୍ପଷ୍ଟ ହୋଇଛି ଯେ,ନ୍ୟାୟିକ ବ୍ୟବସ୍ଥାରେ ଧର୍ମ ସମ୍ପ୍ରଦାୟ ଭିତ୍ତିକ ପକ୍ଷପାତର ସ୍ଥାନ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri