ଏକଦା ଲତାଙ୍କୁ ହତ୍ୟା ପାଇଁ ହୋଇଥିଲା ଉଦ୍ୟମ, ଦିଆଯାଇଥିଲା ସ୍ଲୋ-ପଏଜନ୍‌…

କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କ ସ୍ବର ଆଉ ଶୁଣିବାକୁ ମିଳିବନି। ୯୨ ବର୍ଷ ବୟସରେ ସମସ୍ତଙ୍କ ଠାରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଛନ୍ତି ସ୍ବର ସମ୍ରାଜ୍ଞୀ। ଆଠ ଦଶକରେ ୨୫ ହଜାର ଗୀତ ଗାଇ ସମସ୍ତଙ୍କୁ ତାଙ୍କ ସ୍ବରରେ ନିଜ ଆଡ଼କୁ ଆକୃଷ୍ଟ କରିଥିଲେ ଲତା। ଶେଷରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଅନେକ ଦିନ ଚିକିତ୍ସାଧିନ ପରେ ଲତାଙ୍କର ଦେହାନ୍ତ ହୋଇଯାଇଛି । ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପା ଥିଲେ ମହାନ ମରାଠୀ ସଙ୍ଗୀତକାର ଦିନାନାଥ ମଙ୍ଗେସ୍‌କର। ଲତାଙ୍କୁ ପ୍ରଥମେ ହେମା ନାମ ଦିଆଯାଇଥିଲା । କିନ୍ତୁ ପରେ ତାଙ୍କ ପିତା ନାମ ବଦଳାଇ ଲତା କରିଥିଲେ । ଦିନାନାଥଙ୍କ ଗୋଟିଏ ନାଟକ ‘ହେମବନ୍ଧନ’ର ମୁଖ୍ୟନାୟିକା ଲତିକା ଅନୁସାରେ ଲତାଙ୍କ ନାମ କରଣ ହୋଇଥିଲା । ୧୯୪୨ ମସିହାର ମଙ୍ଗେସ୍‌କର ପରିବାର ଉପରେ ହୋଇଥିଲା ଅକସ୍ମାତ ବଜ୍ରପାତ । ବାପା ଦୀନାନାଥଙ୍କ ଅକାଳ ମୃତ୍ୟୁ ପରିବାରକୁ ଦୋହଲାଇ ଦେଇଥିଲା । ଏହି ସମୟରେ ପରିବାର ବୋଝ ଲତାଙ୍କ ଉପରେ ପଡିଥିଲା । ମାତ୍ର ୧୩ ବର୍ଷ ବୟସରେ ଲତା ପରିବାର ପାଇଁ ରୋଜଗାରର ମାଧ୍ୟମ ସାଜିଥିଲେ । ଆରମ୍ଭ ହୋଇଥିଲା ସଂଘର୍ଷ ଓ ସଂଗୀତର ଗୋଟିଏ ଅଭୁଲା ଅଧ୍ୟାୟ । ନବଯୁଗ ଚିତ୍ରପଟ ମୁଭିଜର ମାଲିକ ତାଙ୍କୁ ଗୀତ ଗାଇବାକୁ ପ୍ରେରଣା ଦେଇଥିଲେ । କ୍ୟାରିୟରର ଆରମ୍ଭରେ ସେ କିଛି ହିନ୍ଦି ଓ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ.। କିନ୍ତୁ ପରେ ସେ ପୁରା ସମୟ ପ୍ରଛଦପଟ୍ଟ ସଂଗୀତ ଗାୟନକୁ ଦେଇଥିଲେ । ୧୯୪୨ରେ ସେ ଗୋଟିଏ ମରାଠୀ ଫିଲ୍ମରେ ପ୍ରଥମ ଥର ପାଇଁ ମାତ୍ର ୧୩ ବର୍ଷ ବୟସରେ ଗୀତ ଗାଇଥିଲେ। କିନ୍ତୁ ପରେ କୌଣସି କାରଣରୁ ଏଡିଟିଂ ବେଳେ ଏହି ଗୀତକୁ ହଟାଇ ଦିଆଯାଇଥିଲା । ୧୯୪୨ରେ ରିଲିଜ ହୋଇଥିଲା ମଙ୍ଗଲା ଗୌର ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଭାରତ ଲତାଙ୍କ ସ୍ବରକୁ ଶୁଣିବାକୁ ପାଇଥିଲା । ତେବେ ଲତାଙ୍କ ସଂଗୀତ ଯାତ୍ରା ସହଜ ନ ଥିଲା । କ୍ୟାରିୟର ଆରମ୍ଭରେ ତାଙ୍କୁ ଅନେକ ଥର ପ୍ରତ୍ୟାଖାନର ସମ୍ମୁଖୀନ ହେବାକୁ ପଡିଥିଲା । ସ୍ବର ପତଳା କହି ଅନେକ ସଂଗୀତକାର ତାଙ୍କୁ ରିଜେକ୍ଟ କରିଥିଲେ । କିନ୍ତୁ ଦିନେ ଲତା ପାଲଟିଯାଇଥିଲେ ଭାରତର ସ୍ବର । ଭାରତର କୋକିଳକଣ୍ଠୀ ।
୧୯୪୮ ମସିହାରେ ଆସିଥିବା ଫିଲ୍ମ ମଜବୁରର ଗୀତ ଦିଲ ମେରା ତୋଡା କାହିଁକା ନା ଛୋଡା ଥିଲା ଲତାଙ୍କ ପ୍ରଥମ ହିଟ୍‌ । ୧୯୪୯ ମସିହାରେ ଆସିଥିବା ମହଲ ଫିଲ୍ମର ‘ଆୟେଗା ଆନେୱାଲା’ ପରଠାରୁ ଲତା ପଛକୁ ଫେରି ଚାହିଁ ନ ଥିଲେ । ଏହା ପରେ ପାଖାପାଖି ୬ ଦଶକ ପର୍ଯ୍ୟନ୍ତ ଭାରତୀୟ ସିନେମା ସଂଗୀତ ଜଗତରେ ଲତାଙ୍କ ରାଜୁତି ଚାଲିଥିଲା ।

ଏକଦା ତାଙ୍କୁ ହତ୍ୟା ପାଇଁ ହୋଇଥିଲା ଉଦ୍ୟମ କରାଯାଇଥିଲେ।
ଲତା ଯେତେବେଳେ ନିଜ କ୍ୟାରିୟରର ଶୀର୍ଷରେ ଥିଲେ ସେତେବେଳେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା। ଲତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକଦା ତାଙ୍କ ହତ୍ୟା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା । ୧୯୬୨ ମସିହାରେ ଲତାଙ୍କୁ ସ୍ଲୋ ପଏଜନ୍‌ ଦିଆଯାଇଥିଲା । ଥରେ ନିଦରୁ ଉଠିବା ପରେ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ପରେ ଡାକ୍ତରୀ ଯାଞ୍ଚରୁ ତାଙ୍କୁ ସ୍ଲୋ ପଏଜନ୍‌ ଦିଆଯାଇଥିବା ଜଣା ପଡିଥିଲା । ତେବେ ଏହି ଷଡ଼ଯନ୍ତ୍ର କିଏ ରଚିଥିଲା ଓ କାହିଁକି ରଚିଥିଲା ତାହା ଆଜି ମଧ୍ୟ ଏକ ରହସ୍ୟ ।

ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର

Share