ମହାକାଶ ଗଲେ ଜଣେ ଆମେରିକୀୟ, ୨ ରୁଷୀୟ

ମସ୍କୋ,୧୬ା୯: ଜଣେ ଆମେରିକୀୟ ଓ ୨ ରୁଷୀୟ ଶୁକ୍ରବାର କାଜାଖସ୍ତାନରୁ ରୁଷିଆର ଏକ ସ୍ପେସ୍‌କ୍ରାଫ୍ଟରେ ଇଣ୍ଟରନ୍ୟାଶନାଲ୍‌ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)କୁ ଯାତ୍ରା କରିଛନ୍ତି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମହାକାଶଚାରୀ ଲୋରାଲ ଓ’ହାରାଙ୍କ ସହ ରୁଷିଆର ଓଲେଗ୍‌ କୋନୋନେଙ୍କୋ ଓ ନିକୋଲାଇ ଚୁବ୍‌ ବୈକାନୁର କସ୍‌ମୋଡ୍ରୋମ୍‌ରୁ ସୋୟୁଜ୍‌ କ୍ୟାପ୍‌ସୁଲରେ ଯାତ୍ରା ଆରମ୍ଭ କରିଛନ୍ତି। ଆଇଏସ୍‌ଏସ୍‌ରେ ଓ’ହାରା ୬ ମାସ ବିତାଇବେ ଏବଂ ଅନ୍ୟ ୨ ଜଣ ସେଠାରେ ବର୍ଷେ ରହିବେ। ଏହି ୩ ଜଣ ଗତବର୍ଷ ସ୍ପେସ୍‌ ଷ୍ଟେଶନକୁ ଯିବାର କାର୍ଯ୍ୟକ୍ରମ ରହିଥିଲା। ତେବେ କୌଣସି କାରଣରୁ ଉକ୍ତ ମିଶନକୁ ସ୍ଥଗିତ ରଖାଯାଇଥିଲା।

Share