ଟ୍ରକ୍‌ରୁ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ମୋହନା,୯ା୬: ମୋହନା ପୋଲିସକୁ ବଡ଼ ସଫଳତା ମିଳିଛି। ପାଖାପାଖି ୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଅଡ଼ବା ଥାନା ଅଞ୍ଚଳରୁ ମାଲବାହୀ ଟ୍ରକ୍‌ ଯୋଗେ ଉତ୍ତରପ୍ରଦେଶକୁ ଚୋରା ଚାଲାଣ ବେଳେ ମାଡ଼ି ବସିଛି ମୋହନା ପୋଲିସ। ଦୁଇ ଆନ୍ତଃରାଜ୍ୟ ମାଫିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି।