ବ୍ରାଉନସୁଗାର ସହ ଦୁଇଟି କାର୍‌, ଦେଢ଼ ଲକ୍ଷ ଟଙ୍କା ଜବତ, ୫ ଗିରଫ

ମାଲକାନଗିରି,୧୮ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ଥାନା ପୋଲିସ ପକ୍ଷରୁ ବେଆଇନ ଗଞ୍ଜେଇ କାରବାର ଉପରେ ଚଢ଼ାଉ ଜାରି ରହିଥିବା ବେଳେ ବର୍ତ୍ତମାନ ଗଞ୍ଜେଇ ସହ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ସଫଳ ହୋଇଛି। ଏ ସମ୍ବନ୍ଧରେ ଏ.ଏସ୍‌.ପି. ରାହୁଲ ଗୋୟଲ ସୂଚନା ଦେଇଛି। ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ଅଭିଯୋଗରେ ମୋଟ୍‌ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସହ ସେମାନଙ୍କଠାରୁ ଗଞ୍ଜେଇ ସହ ବ୍ରାଉନସୁଗାର ଓ ଦୁଇଟି କାର୍‌ ଏବଂ ଏକ ୧ ୪୬ ହଜାର ଟଙ୍କା ଜବତ କରାଯାଇଛି। ପୁଲିମେଟଲା ଛକ ୩୨୬ ନଂ. ଜାତୀୟ ରାଜପଥ ନିକଟରୁ ଏକ କାର୍‌କୁ ସନ୍ଦେହ କରି ଯାଞ୍ଚ କରାଯିବା ପରେ ସେଥିରେ ଗଞ୍ଜେଇ ଥିବା ଜଣାଡ଼ିଥିଲା।